29.1 C
Bhubaneswar
Thursday, August 27, 2026
Homeଦେଶ ବିଦେଶତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ: ୨ ପାଇଲଟ ମୃତ

ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ: ୨ ପାଇଲଟ ମୃତ

ନୂଆଦିଲ୍ଲୀ: ପୁଣି ଏକ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ।  ଯେଉଁଥିରେ ୨ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।   ସୂଚନା ଅନୁସାରେ ଗୁରୁବାର ଅପରାହ୍ନରେ କାନପୁର ଗଙ୍ଗା ନଦୀକୂଳରେ ଥିବା ନଟ୍ଠା ପୂର୍ବା ଗାଁ ନିକଟରେ ଏକ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ତାଲିମ ବିମାନଟି ଉଡାଣ ସମୟରେ ବିସ୍ଫୋରଣ ହୋଇ ନିୟନ୍ତ୍ରଣ ହରାଇ ତଳେ ପଡିଯାଇଥିଲା ।ବିମାନରେ ଦୁଇଜଣ ପାଇଲଟ ଥିଲେ । ବିସ୍ଫୋରଣର ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଆସି ଦେଖିଥିଲେ । ସେତେବେଳେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇସାରିଥିଲା । ପରେ ଅଗ୍ନିଶମ କର୍ମଚାରୀ ଏବଂ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ବିମାନର ଭଗ୍ନାବଶେଷ ତଳୁ ଆଉ ଜଣେ ଗୁରୁତର ପାଇଲଟଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ।  ପରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା। । ପୋଲିସ ଦୁର୍ଘଟଣାସ୍ଥଳକୁ ଘେରାବନ୍ଦୀ କରିବା ସହ ସେଠାକୁ ଯିବାକୁ ଗ୍ରାମବାସୀଙ୍କୁ ବାରଣ କରିଥିଲା । ପ୍ରାଥମିକ ରିପୋର୍ଟରୁ ଜଣାପଡିଛି ଯେ, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ଦୁର୍ଘଟଣା ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ହେଲେ ପ୍ରକୃତ କାରଣ କଣ ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking