33.1 C
Bhubaneswar
Thursday, August 27, 2026
Homeଓଡିଶାଭିଣୋଇଙ୍କୁ ଆକ୍ରମଣ: ଡିକି ଭାଙ୍ଗି ଟଙ୍କା ଲୁଟିନେଲେ ଶାଳକ

ଭିଣୋଇଙ୍କୁ ଆକ୍ରମଣ: ଡିକି ଭାଙ୍ଗି ଟଙ୍କା ଲୁଟିନେଲେ ଶାଳକ

ଢ଼େଙ୍କାନାଳ: ଭିଣୋଇଙ୍କୁ ମରଣାନ୍ତକ ଆକ୍ରମଣ, ଗାଡ଼ି ଡିକି ଭାଙ୍ଗି ୫୦ହଜାର ଟଙ୍କା ଲୁଟିନେଲେ ଶାଳକ । ଢ଼େଙ୍କାନାଳ କାମାକ୍ଷାନଗର ପଣ୍ଡୁଆ ଫାଣ୍ଡି ଅନ୍ତର୍ଗତ ଶାଳୁଆ ଛକରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ପ୍ରମୋଦ କୁମାର ଭୋଇ ନାମକ ବ୍ୟକ୍ତି କୌଣସି ଏକ ମାମଲାକୁ ନେଇ ପଣ୍ଡୁଆ ଫାଣ୍ଡିକୁ କେସ ଦେବାପାଇଁ ଯାଇଥିଲେ । ଫେରିବା ବାଟରେ ଶାଳୁଆ ଛକ ଠାରେ ଶାଳକ ରୁଦ୍ରନାରାୟଣ ଭୋଇ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ ।ଧାରୁଆ ଅସ୍ତ୍ରରେ ତାଙ୍କୁ ହାଣିବା ସହ ବାଇକ ଡିକି ଭାଙ୍ଗି ୫୦ ହଜାର ଟଙ୍କା ସହ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଲୁଟି ନେଇଥିଲେ । ମୁର୍ମୁଷ ଅବସ୍ଥାରେ ପ୍ରମୋଦଙ୍କୁ ଢ଼େଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପାରିବାରିକ କଳହକୁ ନେଇ ଆକ୍ରମଣ ହୋଇଥିବା କୁହାଯାଉଥିବା ବେଳେ ଅଭିଯୁକ୍ତକୁ ଖୋଜୁଛି ପୁଲିସ୍‌ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking