33.1 C
Bhubaneswar
Thursday, August 27, 2026
Homeଦେଶ ବିଦେଶନେପାଳରୁ ସୁରକ୍ଷିତ ଫେରିଲେ ପୁରୀର ୩ ଜଣ

ନେପାଳରୁ ସୁରକ୍ଷିତ ଫେରିଲେ ପୁରୀର ୩ ଜଣ

ନେପାଳ: ନେପାଳରୁ ସୁରକ୍ଷିତ ଭାବେ ଭାରତ ଫେରିଲେ ପୁରୀର ୩ ଜଣ । ନେପାଳରେ ବନ୍ୟା ଓ ବିପର୍ଯ୍ୟୟ ପରିସ୍ଥିତି ମଧ୍ୟରେ ଫସିଥିବା ପୁରୀର ୩ ଜଣ ନାଗରିକ ଶେଷରେ ସୁରକ୍ଷିତ ଭାବେ ଭାରତରେ ପ୍ରବେଶ କରିଛନ୍ତି । ସୂଚନା ଅନୁସାରେ, ଏହି ୩ ଜଣ ନେପାଳର କପିଳବସ୍ତୁ ଚେକ୍ ପୋଷ୍ଟ ଦେଇ ସୀମା ପାର୍ କରିଛନ୍ତି । ପରେ ସେମାନେ ଭାରତର ରକ୍ସୌଲ ଚେକ୍ ପୋଷ୍ଟରେ ପ୍ରବେଶ କରିଥିବା ଜଣାପଡ଼ିଛି । ନେପାଳରେ ବନ୍ୟା ଓ ବିପର୍ଯ୍ୟୟ ପରେ ଭାରତୀୟଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଥିବା ବେଳେ, ପୁରୀର ଏହି ୩ ଜଣ ସୁରକ୍ଷିତ ଭାବେ ଭାରତରେ ପହଞ୍ଚିବା ଖବର ସେମାନଙ୍କ ପରିବାରକୁ ଆଶ୍ୱସ୍ତ କରିଛି ।ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି। ସେମାନଙ୍କ ଘର ପୁରୀ ଅଞ୍ଚଳରେ ବୋଲି ଜଣାପଡ଼ିଛି । ନେପାଳରୁ ସୁରକ୍ଷିତ ଭାବେ ସୀମା ପାର୍ କରି ଭାରତରେ ପ୍ରବେଶ କରିବା ପରେ ଏବେ ସେମାନଙ୍କ ଘରକୁ ଫେରିବାର ବାଟ ଖୋଲିଛି । ନେପାଳରେ ବିପଦ ମଧ୍ୟରେ ଫସିଥିବା ପୁରୀର ୩ ଜଣଙ୍କ ସୁରକ୍ଷିତ ଭାରତ ପ୍ରବେଶ ପରେ ପରିବାର ଓ ସମ୍ପର୍କୀୟଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking