33.1 C
Bhubaneswar
Tuesday, August 25, 2026
Homeଓଡିଶାବରଗଡ଼ର ଲାଞ୍ଚୁଆ ପିଇଓଙ୍କୁ ୪ ବର୍ଷ ଜେଲ୍‌

ବରଗଡ଼ର ଲାଞ୍ଚୁଆ ପିଇଓଙ୍କୁ ୪ ବର୍ଷ ଜେଲ୍‌

ଭୁବନେଶ୍ବର: ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକର ପୁରେନା ପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହ ଅଧିକାରୀ (ପିଇଓ) ଛବିଲାଲ ବରିହାଙ୍କ ଲାଞ୍ଚ ନେବା କୋର୍ଟରେ ପ୍ରମାଣିତ ହୋଇଛି। ଏହାପରେ କୋର୍ଟ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛି।  ଆଜି (ମଙ୍ଗଳବାର) ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍‌ସ) ପକ୍ଷରୁ ଜାରି ପ୍ରେସ୍‌ ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ଗ୍ରାମୀଣର ଜଣେ ହିତାଧିକାରୀଙ୍କ ଅନ୍ତିମ ପର୍ଯ୍ୟାୟ କିସ୍ତି ପ୍ରଦାନ କରିବାକୁ ଟାଳଟୁଳ ନୀତି ଧରୁଥିଲେ। ଏଥିପାଇଁ ସେ ୭ହଜାର ଟଙ୍କା ଲାଞ୍ଚ ମାଗୁଥିଲେ। ଶେଷରେ ହିତାଧିକାରୀଜଣକ ଭିଜିଲାନ୍‌ସର ଦ୍ବାରସ୍ଥ ହୋଇଥିଲେ। ଅଭିଯୋଗ ଭିତ୍ତିରେ ଭିଜିଲାନ୍‌ସ ଦୁର୍ନୀତି ନିବାରଣ ଆଇନ, ୧୯୮୮ର ଧାରା ୧୩(୨) ସହ ୧୩(୧) (ଡି) ଓ ୭ ଧାରାରେ ମାମଲା ରୁଜୁ କରି। ଲାଞ୍ଚ ନେବା ବେଳେ ପିଇଓ ଛବିଲାଲଙ୍କୁ ରଙ୍ଗେହାତ ଧରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking