32.1 C
Bhubaneswar
Tuesday, August 25, 2026
Homeଓଡିଶାବାରହା ଆକ୍ରମଣରେ ନାବାଳକ ଗୁରୁତର!

ବାରହା ଆକ୍ରମଣରେ ନାବାଳକ ଗୁରୁତର!

କଟକ: ବାର୍‌ହା ସହ ଲଢ଼ି ନିଜ ପ୍ରାଣ ବଞ୍ଚାଇଲେ ନାବାଳକ । ପ୍ରାୟ ୧ ଘଣ୍ଟା କାଳ ବାର୍‌ହା ସହ ଲଢ଼ିଲଢ଼ି ନିଜ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି ସୁମନ ବେହେରା । କଟକ ବାଙ୍କୀ ଗୋପାଳପୁର ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି ଘଟଣା । ସୁମନ ଗାଁ ନିକଟ ନଦୀପଠାକୁ ଶୌଚ ପାଇଁ ଯାଇଥିବା ବେଳେ ଏକ ବାର୍‌ହା ତାଙ୍କୁ ଆକ୍ରମଣ କରିଥିଲା । ନିଜକୁ ବଞ୍ଚାଇବା ଲାଗି ବାର୍ହା ସହ ପ୍ରାୟ ୧ ଘଣ୍ଟା କାଳ ସେ ସଂଘର୍ଷ କରିଥିଲେ । ଜୀବନ ବଞ୍ଚି ଯାଇଥିଲେ ବି ବାର୍‌ହା ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି ।ଗ୍ରାମବାସୀ ଓ ବାଙ୍କୀ ଅଗ୍ନିଶମ ବାହିନୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ବାଙ୍କୀ ମେଡିକାଲରେ ଭର୍ତ୍ତି କରିଛନ୍ତି । ଗାଁ ଆଖପାଖରେ ବାର୍‌ହା ବୁଲୁଥିବାରୁ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking