କଳାହାଣ୍ଡି: କଳାହାଣ୍ଡିରେ ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ଦୁଇ ଦିନରେ ପ୍ରାୟ ୧୩୦୦ ମିମି ବର୍ଷା ହୋଇଥିବା ନେଇ ରାଜସ୍ୱ ମନ୍ତ୍ରୀ ସୂଚନା ଦେଇଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଇନ୍ଦ୍ରାବତୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଫଳରେ କିଛି ଅଞ୍ଚଳରେ ପାଣି ପଶିଥିବା ଜଣାପଡ଼ିଛି। ଜଳବନ୍ଦୀ ଅଞ୍ଚଳରୁ ପାଣି ନିଷ୍କାସନ ପାଇଁ ସରକାର ଆବଶ୍ୟକ ଅର୍ଥ ଯୋଗାଇଦେବେ ବୋଲି ମନ୍ତ୍ରୀ କହିଛନ୍ତି।ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନପୁଟ ସବସିଡି ସହ ବିହନ ଏବଂ କ୍ଷୟକ୍ଷତି ବାବଦ ଅର୍ଥ ପ୍ରଦାନ କରାଯିବ ବୋଲି ସରକାର ପକ୍ଷରୁ ଆଶ୍ୱାସନ ଦିଆଯାଇଛି।ମନ୍ତ୍ରୀଙ୍କ କହିବା ଅନୁଯାୟୀ, ୪୦ରୁ ୫୦ ବର୍ଷ ପରେ ଓଡ଼ିଶାରେ ପ୍ରାୟ ସମସ୍ତ ନଦୀରେ ଏକସଙ୍ଗେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପରିସ୍ଥିତି ଉପରେ ସରକାରଙ୍କ ପକ୍ଷରୁ ନଜର ରଖାଯାଇଥିବା ବେଳେ ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ଜଳ ନିଷ୍କାସନକୁ ଗୁରୁତ୍ୱ ଦିଆଯାଉଛି।










