27.1 C
Bhubaneswar
Saturday, August 22, 2026
Homeଓଡିଶାଚାଲାଣ ପୂର୍ବରୁ ବଜ୍ରକାପ୍ତା ଉଦ୍ଧାର: ୩ ଅଭିଯୁକ୍ତ ଗିରଫ

ଚାଲାଣ ପୂର୍ବରୁ ବଜ୍ରକାପ୍ତା ଉଦ୍ଧାର: ୩ ଅଭିଯୁକ୍ତ ଗିରଫ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ବିଭାଗକୁ ବଜ୍ରକାପ୍ତା ଚୋରାଚାଲାଣ ରୋକିବାରେ ବଡ଼ ସଫଳତା ମିଳିଛି। ବନ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ଖଡ଼ିଆଳ ଥାନା ରାଣୀମୁଣ୍ଡାର ଗ୍ରାମର ବାଲକୃଷ୍ଣ ହାତୀ (୩୦), ସୋନୁ ହାତୀ (୪୦) ଏବଂ ଛତିଶଗଡ଼ର ଗରିଆବନ୍ଦ ଜିଲ୍ଲା ପିଠାପଡ଼ାର ରୋଶନ ଠାକୁର (୩୧)। ସୂଚନା ଅନୁସାରେ ତିନି ଅଭିଯୁକ୍ତ ଓଡ଼ିଶା-ଛତିଶଗଡ଼ ସୀମା ଅଞ୍ଚଳରେ ବଜ୍ରକାପ୍ତା ଚୋରା ଚାଲାଣରେ ସମ୍ପୃକ୍ତ ଥିଲେ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖଡ଼ିଆଳ ବନଖଣ୍ଡ ଅଧିକାରୀ ଆଜିଜ ଖାଁନଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗର ଏକ ଟିମ୍ ଚଢ଼ାଉ କରିଥିଲା। ଖଡ଼ିଆଳ ରେଞ୍ଜ ଅନ୍ତର୍ଗତ ରାଣୀମୁଣ୍ଡା ବିଟ ପଲମା-ଝରନାଲା ସରକାରୀ ପମ୍ପ ହାଉସ ନିକଟରୁ ବଜ୍ରକାପ୍ତା ଉଦ୍ଧାର କରାଯାଇଥିଲା। ଜବତ ବଜ୍ରକାପ୍ତାର ଓଜନ ୭.୦୯୮ କିଲୋ ହୋଇଥିବା ବେଳେ ଏହାର ଅନ୍ତର୍ଜାତୀୟ ବଜାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଗିରଫ ପରେ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚୋରା ଚାଲାଣ ଘଟଣାରେ ଆଉ କେତେ ଜଣ ସମ୍ପୃକ୍ତ ଅଛନ୍ତି ଏବଂ ଏହା ପଛରେ କୌଣସି ବଡ଼ ଗ୍ୟାଙ୍ଗ ସକ୍ରିୟ ଅଛି କି ନାହିଁ, ସେନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଥିବା ଡିଏଫଓ ଶ୍ରୀ ଖାଁନ ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking