27.1 C
Bhubaneswar
Saturday, August 22, 2026
Homeଓଡିଶାଗଞ୍ଜାମରେ ୯୦ ଦିନ ପାଇଁ ଧାରା ୩୦ ଲାଗୁ

ଗଞ୍ଜାମରେ ୯୦ ଦିନ ପାଇଁ ଧାରା ୩୦ ଲାଗୁ

ଗଞ୍ଜାମ : ଗଞ୍ଜାମ ଜିଲାରେ ପୋଲିସ ଆଇନ ୧୯୬୧ର ଧାରା-୩୦ ଲାଗୁ କରାଯାଇଛି। ୯୦ ଦିନ ପାଇଁ କଟକଣା ଲଗାଇଛି ଗଞ୍ଜାମ ପୋଲିସ। ସଭା, ସମିତି ଓ ଶୋଭାଯାତ୍ରା ପାଇଁ ପୋଲିସ ଅନୁମତି ବାଧ୍ୟତାମୂଳକ। ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିଷ୍ପତ୍ତି କ୍ରମେ ଏସ୍‌ପି ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ଼ କରିବା ଏବଂ ଶାନ୍ତି ବଜାୟ ରଖିବା ପାଇଁ ଧାରା-୩୦ ଲାଗୁ କରାଯାଇଛି।

ଅଗଷ୍ଟ ୧୬ରୁ ନଭେମ୍ବର ୧୩ ପର୍ଯ୍ୟନ୍ତ ମୋଟ୍‌ ୯୦ ଦିନ ନିୟମ ବଳବତ୍ତର ରହିଛି। ସଭା, ସମିତି, ସମାବେଶ ଓ ଶୋଭାଯାତ୍ରା ପାଇଁ ୭୨ ଘଣ୍ଟା ପୂର୍ବରୁ ଆବେଦନ କରିବାକୁ ପଡ଼ିବ। ସ୍ଥାନ, ସମୟ, ଉଦ୍ଦେଶ୍ୟ, ରୁଟ୍‌, ସଂଖ୍ୟା, ଯାନବାହନର ବିବରଣୀ ମଧ୍ୟ ଆବଶ୍ୟକ ବୋଲି ଚିଠିରେ ଉଲ୍ଲେଖ ରହିଛି। ଏସ୍‌ଡିପିଓ କିମ୍ବା ଥାନା ଅଧିକାରୀଙ୍କଠାରୁ କାର୍ଯ୍ୟକ୍ରମ ଅନୁମତି ନେବାକୁ ହେବ।  ଏଥିରେ ସହଯୋଗ ପାଇଁ ରାଜନୈତିକ ଦଳ, ସାମାଜିକ ସଂଗଠନ ଓ ଲୋକଙ୍କୁ ଅନୁରୋଧ କରାଯାଇଛି। ନିୟମ ଉଲ୍ଲଂଘନ କଲେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କଡ଼ା ଚେତାବନୀ ଦିଆଯାଇଛି । ବ୍ରହ୍ମପୁରଠାରୁ ଆରମ୍ଭ କରି ଛତ୍ରପୁର, ଭଞ୍ଜନଗର, ଆସିକା ଓ ହିଞ୍ଜିଳିକାଟୁ ପର୍ଯ୍ୟନ୍ତ ସମସ୍ତ ପ୍ରମୁଖ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସ୍ଥାନୀୟ ଥାନାଗୁଡ଼ିକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking