29.1 C
Bhubaneswar
Saturday, August 22, 2026
Homeଓଡିଶାମୁରୀବାହାଲ ରେଞ୍ଜରେ ୧୮ ଟିକିଆ ହାତୀପଲଙ୍କ ଆତଙ୍କ

ମୁରୀବାହାଲ ରେଞ୍ଜରେ ୧୮ ଟିକିଆ ହାତୀପଲଙ୍କ ଆତଙ୍କ

ବଲାଙ୍ଗୀର:  ମୁରୀବାହାଲ ରେଞ୍ଜରେ ହାତୀ ଆତଙ୍କ । ୧୮ ଟିକିଆ ହାତୀପଲ ନଷ୍ଟ କରୁଛି ବ୍ୟାପକ ଫସଲ, ଭୟରେ ଗ୍ରାମବାସୀ । ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯିବା ସମୟରେ ହାତୀପଲ ଚାଷଜମିରେ ପଶି ଧାନ ସମେତ ବିଭିନ୍ନ ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି ।  ଗତକାଲି ରାତିରେ ଖଲିଆକାନି, ପାତାଳପଡ଼ା, ଗଡ଼ଗଡ଼ବାହାଲ ଓ ତେନ୍ତୁଳୀଖୁଣ୍ଟି ସମେତ ବିଭିନ୍ନ ଗାଁରେ ହାତୀପଲ ପଶି ବ୍ୟାପକ ଫସଲ କ୍ଷୟକ୍ଷତି କରିଛନ୍ତି ।ହାତୀଙ୍କ ଉପଦ୍ରବ ଯୋଗୁଁ ଚାଷୀମାନେ ଚିନ୍ତାରେ ପଡ଼ିଥିବା ବେଳେ ଗ୍ରାମବାସୀଙ୍କ ମଧ୍ୟରେ ମଧ୍ୟ ଭୟର ବାତାବରଣ ଦେଖାଦେଇଛି । ଆଜି ଭୋର ସମୟରେ ହଳଦି ସ୍କୁଲ ନିକଟରେ ୧୮ ଟିକିଆ ହାତୀପଲକୁ ଦେଖିଥିଲେ ସ୍ଥାନୀୟ ଲୋକେ । ହାତୀପଲ ଜନବସତି ଆଡ଼କୁ ଆସିବା ଆଶଙ୍କା ଥିବାରୁ ଲୋକଙ୍କ ଚିନ୍ତା ଆହୁରି ବଢ଼ିଛି । ଅନ୍ୟପଟେ, ହାତୀପଲକୁ ଜନବସତିଠାରୁ ଦୂରେଇବା ପାଇଁ ମୁରୀବାହାଲ ରେଞ୍ଜ ବନବିଭାଗ ପକ୍ଷରୁ ଘଉଡ଼ାଇବା ପ୍ରକ୍ରିୟା ଜାରି ରହିଛି । ବନବିଭାଗ ହାତୀଙ୍କ ଗତିବିଧି ଉପରେ ନଜର ରଖିବା ସହ ଗ୍ରାମବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି । ତେବେ ହାତୀପଲ ଯୋଗୁଁ ହୋଇଥିବା ଫସଲ କ୍ଷୟକ୍ଷତିର ଆକଳନ କରାଯାଇ ଚାଷୀଙ୍କୁ କ୍ଷତିପୂରଣ ମିଳିବ କି ନାହିଁ, ତାହା ଉପରେ ଏବେ ନଜର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking