29.1 C
Bhubaneswar
Saturday, August 22, 2026
Homeଓଡିଶାସାପ କାମୁଡ଼ାରେ ଦାଦା ଓ ପୁତୁରାଙ୍କ ମୃତ୍ୟୁ

ସାପ କାମୁଡ଼ାରେ ଦାଦା ଓ ପୁତୁରାଙ୍କ ମୃତ୍ୟୁ

ନୂଆପଡ଼ା: ସାପ କାମୁଡ଼ାରେ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ । ମୃତକ ସମ୍ପର୍କରେ ଦାଦା ଓ ପୁତୁରା । ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ । ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅଞ୍ଚଳରୁ ଆସିଛି ଏଭଳି ଦୁଃଖଦ ଖବର । ସୂଚନା ଅନୁସାରେ, ସିନାପାଲି ଥାନା ଚଚରାଭଟା ଗାଁର ଦଇତାରୀ ତାଣ୍ଡି ଓ ତାଙ୍କ ପୁତୁରା ଭରତ ତାଣ୍ଡିଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସେମାନେ ସିନାପାଲି ବ୍ଲକ ବୋଲଧା ବ୍ରିଜ୍‌ ନିର୍ମାଣ କାମରେ ଶ୍ରମିକ ଭାବେ କାମ କରୁଥିଲେ ।ଗତକାଲି ରାତିରେ କ୍ୟାମ୍ପରେ ଶୋଇଥିବା ସମୟରେ ବିଷାକ୍ତ ସାପ ସେମାନଙ୍କୁ କାମୁଡ଼ିଥିବା ଜଣାପଡ଼ିଛି । ସାପ କାମୁଡ଼ିବା ପରେ ସେମାନଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲା । ତେବେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ତୁଳସି ବଗର୍ତ୍ତି ମଧ୍ୟ ସାପ କାମୁଡ଼ାର ଶିକାର ହୋଇ ଗୁରୁତର ଅବସ୍ଥାରେ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ଏହି ଘଟଣା ପରେ ଶ୍ରମିକମାନଙ୍କ ସୁରକ୍ଷା ଏବଂ କାର୍ଯ୍ୟସ୍ଥଳରେ ରାତ୍ରି ସମୟରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking