ଗଞ୍ଜାମ: ଗଞ୍ଜାମ ପୋଲିସ ଜିଲ୍ଲାରେ ୯୦ ଦିନ ପାଇଁ ଲାଗୁ ହେଲା ଧାରା ୩୦। ଏହା ଅନୁଯାୟୀ କୌଣସି ସଭା ସମିତି, ଶୋଭାଯାତ୍ରା ଓ ଜନସମାବେଶ କରିବାକୁ ହେଲେ ସମ୍ପୃକ୍ତ ଏସଡିପିଓ କିମ୍ବା ଥାନା ଅଧିକାରୀଙ୍କ ଅନୁମତି ନେବା ବାଧ୍ୟତାମୂଳକ। ଏଥିପାଇଁ ୩ ଦିନ ପୂର୍ବରୁ ଅଧିକାରୀଙ୍କ ନିକଟରେ ଆବେଦନ କରିବାକୁ ହେବ । ଏହି ଆଦେଶ ଅଗଷ୍ଟ ୧୬ରୁ ନଭେମ୍ବର ୧୩ ପର୍ଯ୍ୟନ୍ତ ବଳବତ୍ତର ରହିବ।ତେବେ ରାଜନୈତିକ ସଂଘର୍ଷ, ଗୋଷ୍ଠୀ କନ୍ଦଳ ଏବଂ ଅସାମାଜିକ ତତ୍ତ୍ୱମାନଙ୍କ ଦ୍ୱାରା ଆଇନ ଶୃଙ୍ଖଳା ବିଗିଡ଼ିବାରେ ଆଶଙ୍କାକୁ ଦୃଷ୍ଟିରେ ରଖି ଗଞ୍ଜାମ ଏସପି ହରିଶ ବିଶି ଏହି ଧାରା ଲାଗୁ କରିଛନ୍ତି ।










