ଭୁବନେଶ୍ୱର: ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ଗାର୍ଡ ଅଫ ଅନର । ଭୁବନେଶ୍ୱର ସ୍ଥିତ ବାସଭବନରେ ଗାର୍ଡ ଅଫ ଅନର ଦିଆଯାଇଛି । ପରେ ଶେଷକୃତ୍ୟ ପାଇଁ ତାଙ୍କ ମରଶରୀରକୁ କଟକ ନିଆଯିବ । ୮୮ ବର୍ଷ ବୟରେ ବର୍ଷୀୟାନ କଣ୍ଠଶିଳ୍ପୀ, ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକ ସବୁ ଦିନ ପାଇଁ ଆଖି ବୁଜିଦେଇଛନ୍ତି । ପ୍ରଣବଙ୍କର ମୃତ୍ୟୁ ଖବର ସମଗ୍ର ସଙ୍ଗୀତ ଜଗତକୁ ମର୍ମାହତ କରିଦେଇଛି । ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିବା ସହ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ।










