ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ସୁଧାରିଛି ବନ୍ୟାସ୍ଥିିତି । ବିଭିନ୍ନ ନଦୀର ଜଳସ୍ତର କମିବାରେ ଲାଗିଛି । ବିଶେଷକରି ସୁବର୍ଣ୍ଣରେଖା ନଦୀରେ ମଧ୍ୟ ଜଳସ୍ତର ଧୀରେ ଧୀରେ ଖସୁଥିବା ସୂଚନା ଦେଇଛନ୍ତି ଏସଆରସି । ଯାଜପୁର, ଭଦ୍ରକ, ବାଲେଶ୍ୱରରେ ବନ୍ୟା ସ୍ଥିତିରେ ସୁଧାର ଆସୁଛି । ସୁବର୍ଣ୍ଣରେଖାରେ ବି ଜଳସ୍ତର ଧୀରେ ଧୀରେ ଖସୁଛି । ୧୨ ଘଣ୍ଟା ଭିତରେ ଜଳସ୍ତର ଆହୁରି ଖସିବ । ତେବେ ବନ୍ୟା ଯୋଗୁଁ ରାଜ୍ୟର ୬ଟି ଜିଲ୍ଲାର ୩୪ଟି ବ୍ଲକ ପ୍ରଭାବିତ ହୋଇଛି । ମୋଟ ୧୨ ଲକ୍ଷ ୮୭ ହଜାର ଲୋକ ବନ୍ୟାର ପ୍ରଭାବରେ ରହିଛନ୍ତି । ପରିସ୍ଥିତି ଉପରେ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି । ଏଥିସହ ବନ୍ୟାଯୋଗୁଁ ସୃଷ୍ଟି ହୋଇଥିବା ଘାଇର ମରାମତି କାର୍ଯ୍ୟ ତ୍ୱରାନ୍ୱିତ ହେଉଛି ।










