29.1 C
Bhubaneswar
Wednesday, August 19, 2026
Homeଓଡିଶାଯାଜପୁରରେ ବୈତରଣୀ ବନ୍ୟାର ତାଣ୍ଡବ: ୧୯. ୧୮ ମିଟରରେ ଜଳସ୍ତର

ଯାଜପୁରରେ ବୈତରଣୀ ବନ୍ୟାର ତାଣ୍ଡବ: ୧୯. ୧୮ ମିଟରରେ ଜଳସ୍ତର

ଯାଜପୁର: ଯାଜପୁରରେ ପ୍ରବାହିତ ହେଉଛି ବୈତରଣୀ ନଦୀର ବନ୍ୟାଜଳ । ବୈତରଣୀ ବନ୍ୟା ଫଳରେ ଯାଜପୁର ଏବଂ ଦଶରଥପୁର ବ୍ଲକ ବିଶେଷ ଭାବେ ପ୍ରବାହିତ ହୋଇଛି । ବୈତରଣୀ ନଦୀର ଆଖୁଆପଦାଠାରେ ବିପଦ ସଙ୍କେତ ୧୮.୩୩ ମି ଥିବା ବେଳେ ବର୍ତ୍ତମାନ ୧୯.୧୮ ମିରେ ବନ୍ୟାଜଳ ପ୍ରବାହିତ ହେଉଛି । ଯାଜପୁର ବ୍ଲକ ମୋଟରଙ୍ଗାପାଳରେ ମୁଖ୍ୟ ରାସ୍ତାରେ ୪ ଫୁଟର ପାଣି । ଯାଜପୁର -ଭଣ୍ଡାରୀପୋଖରୀ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଯାଜପୁର ବ୍ଲକର ୧୦ ରୁ ଅଧିକ ପଞ୍ଚାୟତ ଓ ଦଶରଥପୁରରେ ୧୯ ପଞ୍ଚାୟତବାସୀ ଜଳବନ୍ଦୀ ହୋଇଛନ୍ତି । ଅନେକ ପରିବାର ଏବେବି ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି ତ ଆଉ କିଛି ପରିବାର ଆଶ୍ରୟସ୍ଥଳୀ ଓ ଛାତ ଉପରେ ଜୀବନ କାଟୁଛନ୍ତି । କେବଳ ଘରଦ୍ୱାର ନୁହେଁ, ବନ୍ୟାରେ ଚାଷଜମି ମଧ୍ୟ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking