ଭୁବନେଶ୍ୱର: ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର । ୨୮ ତାରିଖରେ ମିଳିବ ସୁଭଦ୍ରା ଟଙ୍କା । ରକ୍ଷାବନ୍ଧନ ଦିନ ହିତାଧିକାରୀଙ୍କୁ ଟଙ୍କା ମିଳିବ । ନୟାଗଡରେ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ମିଳିବ ସୁଭଦ୍ରା ଟଙ୍କା । ୧ କୋଟିରୁ ଅଧିକ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା । ବଡ କଥା ଯେ, ପ୍ରଥମ ଆବେଦନକାରୀ ହୋଇଥିଲେ ସେମାନଙ୍କୁ ମିଳିବ ୫ଟି କିସ୍ତିର ଟଙ୍କା । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି ।










