ଯାଜପୁର: ଜପୁର ଦଶରଥପୁରରେ ବନ୍ୟା ସ୍ଥିତି ଭୟାବହ ହୋଇଥିବା ବେଳେ ଆଜି ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବୋଟ୍ରେ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ପରଖିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଉପସ୍ଥିତ ଥିଲେ । ତେବେ ବୈତରଣୀ ଓ ବ୍ରାହ୍ମଣୀର ବନ୍ୟାରେ ବେହାର ହୋଇଛି ଯାଜପୁର । ଚାଷଜମିରେ ପଶିଛି ପାଣି । ଦଶରଥପୁରରେ ଏବେ ବି ସଙ୍କେତ ଉପରେ ବୈତରଣୀ , ତଳିଆ ଅଞ୍ଚଳରେ ବଢୁଛି ଚିନ୍ତା । ଜେନାପୁରରେ ବ୍ରାହ୍ମଣୀ ମଧ୍ୟ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । କେବେ ଉଭୟ ନଦୀ ଓ ଶାଖାନଦୀ ର ପ୍ରଭାେରେ ବରୀ, ଯାଜପୁର ଓ ଦଶରଥପୁର ସମେତ ତଳିଆ ଅଞ୍ଚଳ ଅଧିକ ପ୍ରଭାବିତ ହୋଇଛି । ୮ଟି ବ୍ଲକର ୨୪୨ ଟି ଗାଁ ବନ୍ୟାଘେରରେ ରହିଛି । ବ୍ୟାପକ ଚାଷଜମି ଜଳମଗ୍ନ ହୋଇ ଧାନ ଓ ପରିପରିବା ଫସଲ ନଷ୍ଟ ହୋଇଯାଇଛି । ପ୍ରଶାସନ ପକ୍ଷରୁ ଏନେଇ ଉଦ୍ଧାର କାର୍ଯ୍ୟ, ରନ୍ଧାଖାଦ୍ୟ, ରିଲିଫ କାର୍ଯ୍ୟ ଜାରି ରହିଛି ।










