26.1 C
Bhubaneswar
Sunday, August 16, 2026
Homeଓଡିଶାପୁଣି ଧସିଲା କାଣୀ ନଦୀ ବନ୍ଧ

ପୁଣି ଧସିଲା କାଣୀ ନଦୀ ବନ୍ଧ

ଯାଜପୁର : ବୈତରଣୀର ଶାଖା କାଣୀ ନଦୀର ମୁହାଁଣ ତରପଦା ପଂଚାୟତ ପାଟଣା ଠାରେ ପୁଣି ଧସିଲା ନଦୀ ବନ୍ଧ । ଯାଜପୁର ଦଶରଥପୁରରେ ପୁଣି ବନ୍ୟା ସ୍ଥିତି। ଗାଁ ଆଗରେ ନଦୀ ବନ୍ଧ ଧସିବାରୁ ଗାଁ ଲୋକ ଆତଙ୍କିତ ହୋଇପଡିଛନ୍ତି । ସ୍ଥାନୀୟଲୋକ ଏବଂ ଜଳ ସମ୍ପଦ ବିଭାଗ ପକ୍ଷରୁ ତୁରନ୍ତ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ଗତ ରାତିରେ ବନ୍ୟାଜଳ ସ୍ରୋତରେ ବନ୍ଧ କଡ଼ରେ ଥିବା ଗଛ ପ୍ରଥମେ ଭସାଇ ନେଇଥିଲା । ପରେ ମାଟି ଧସିବା ଆରମ୍ଭ ହୋଇଥିବାରୁ ଲୋକେ ଭୟଭୀତ ହୋଇଯାଇଥିଲେ । ଭୋର ପ୍ରାୟ ୫ଟା ସମୟରେ ପାଟଣା ଗାଁର ଆଉ ଏକ ସ୍ଥନାରେ ୩୦ ଫୁଟ ଲମ୍ବା ୧୫ ଫୁଟ ଚଉଡ଼ା କାଣୀ ନଦୀ ବନ୍ଧ ସମ୍ପୂର୍ଣ ଧସିଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଦଶରଥପୁର ଅଗ୍ନିଶମ ବାହିନୀ ଗାଁ ଲୋକଙ୍କୁ ଉଦ୍ଧାର କରି ଉଚ୍ଚ ସ୍ଥାନ, ନଦୀ ବନ୍ଧକୁ ଅଣାଯାଉଥିବା ଦଶରଥପୁର ଅଗ୍ନିଶମ ବାହିନୀ ମୁଖ୍ୟ ପର୍ଶୁରାମ ଜେନା ସୂଚନା ଦେଇଛନ୍ତି । ଅନ୍ୟପଟେ ରାତି ଠାରୁ ବର୍ଷା ଲାଗିରହିଥିବାରୁ ମରାମତି କାର୍ଯ୍ୟ ବାଧା ପ୍ରାପ୍ତ ହେଉଥିବା ଦେଖିବାକୁ ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking