ନୂଆଦିଲ୍ଲୀ: ଦକ୍ଷିଣ ଲେବାନନରେ ଇସ୍ରାଏଲ ଦ୍ୱାରା କରରାଯାଇଥବା ବିମାନ ଆକ୍ରମଣରେ ୭ ଜଣ ପ୍ରାଣ ହରାଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଗତ ଜୁନ ମାସରେ ଇସ୍ରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ଉତ୍ତେଜନା ହ୍ରାସ ପାଇଁ ହୋଇଥିବା ହୋଇଥିବା ଚୁକ୍ତି ପରଠାରୁ ଏହାକୁ ସବୁଠାରୁ ଭୟଙ୍କର ଆକ୍ରମଣ ବୋଲି କୁହାଯାଉଛି । ଲେବାନନର ସରକାରୀ ଗଣମାଧ୍ୟମ ସୂଚନା ଅନୁଯାୟୀ, ଶମିବାର ସକାଳେ ଆନସାର ଗ୍ରାମ ନିକଟସ୍ଥ ଏକ ଆବାସିକ ଘରକୁ ଲକ୍ଷ୍ୟ କରି ଇସ୍ରାଏଲୀ ଯୁଦ୍ଧବିମାନ ବୋମାବର୍ଷଣ କରିଥିଲା, ଯାହାଫଳରେ ଘରଟି ସମ୍ପୁର୍ଣ୍ଣ ଧ୍ୱଂସ ହୋଇଯାଇଛି । ଆନସାର ଏବଂ ଜାରାରିୟା ଉପତ୍ୟକା ଅଞ୍ଚଳରେ ହୋଇଥିବା ଏହି ଆକ୍ରମଣ ରାଜିନାମା ପରଠାରୁ ସବୁଠାରୁ ଗଭୀର ଆଞ୍ଚଳିକ ସୀମା ଭିତରେ କରାଯାଇଥିବା ପ୍ରଥମ ଆକ୍ରମଣ । ଏହା ସହିତ ନବାତିୟା ଅଞ୍ଚଳକୁ ଲାଗି ରହିଥିବା ରଣନୈତିକ ପାହାଡି ଅଞ୍ଚଳ ଏବଂ ବିନିଟ ଜବିଲ ନିକଟସ୍ଥ କିଛି ସ୍ଥାନରେ ମଧ୍ୟ ବିସ୍ଫୋରଣ ଏବଂ ଆକ୍ରମଣ ଜାରି ରହିଛି । ଗତ ମାର୍ଚ୍ଚ ମାସରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ଏ ପର୍ଯ୍ୟନ୍ତ ୪,୩୦୦ରୁ ଅଧିକ ଲୋକଙ୍କର ଜୀବନ ଗଲାଣି । ଜୁନ ମାସରେ ଆମେରିକା ମଧ୍ୟସ୍ଥତାରେ ହେଇଥିବା ରାଜିନାମା ଅନୁସାରେ ଦକ୍ଷିଣ ଲେବାନନରୁ ଇସ୍ରାଏଲ ସେନା ପ୍ରତ୍ୟାହାର ଏବଂ ହିଜବୁଲ୍ଲା ମୁଖ୍ୟ ନଇମ କାସେମ ସ୍ଥାନୀୟ ପ୍ରଶାସନକୁ ସମାଲୋଚନା କରିଛନ୍ତି । ସେପଟେ ବେସାମରିକ ନାଗରିକଙ୍କ ସୁରକ୍ଷା ପାଇଁ ମିଳିତ ଜାତିସଂଘର ଶାନ୍ତିରକ୍ଷାକାରୀ ବାହିନୀକୁ ସେହି ଅଞ୍ଚଳରେ ନିୟୋଜିତ ରଖିବାକୁ ମାନବାଧିକାର ସଂଗଠନ ହ୍ୟମାନ ରାଇଟ୍ସ ୱାଚ ନିବେଦନ କରିଛି ।









