ଭୁବନେଶ୍ୱର: ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସମ୍ବୋଧନ କରି କହିଛନ୍ତି । ଓଡିଶାର ଜନ ଆନ୍ଦୋଳନ ବିନା ସ୍ୱାଧୀନତା ପରିକଳ୍ପନା ଅସୂମ୍ପୁର୍ଣ୍ଣ । ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ସ୍ମରଣୀୟ ହୋଇ ରହିଛି । ୮୦ ବର୍ଷରେ ଭାରତ ବିକାଶ ଯାତ୍ରାରେ ଆଗେଇ ଚାଲିଛି । ଗତ ୧ ବର୍ଷ ଦେଶ ପାଇଁ ଥିଲା ଅତ୍ୟନ୍ତ ଘଟଣା ବହୁଳ । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଠିକ ନିଷ୍ପତ୍ତି ପାଇଁ ଦେଶ ଠିକ ମାର୍ଗରେ ଚାଲିଛି । ୧୨ ବର୍ଷରେ ମୋଦିଙ୍କ ଦୂରଦର୍ଶୀ ନୀତି ଦେଶକୁ ବିକାଶ ପଥରେ ନେଇଛି । ଗରିବଙ୍କୁ ବେସରକାରୀ ହସ୍ପିଟାଲରେ ଚିକିତ୍ସା ମିଳିପାରୁଛି । ମୋଦିଙ୍କ ହାତରେ ଦେଶ ଆଜି ସୁରକ୍ଷିତ । ସବୁଠୁ ଉଲ୍ଲେଖନୀୟ ସଫଳତା ନକ୍ସଲବାଦର ମୂଳପୋଛ । ଏହା ଯୋଗୁଁ ଓଡଶାକୁ ଫାଇଦା ମିଳିଛି ।










