27.1 C
Bhubaneswar
Friday, August 14, 2026
Homeଦେଶ ବିଦେଶଗୁଜରାଟରେ ଚାନ୍ଦିପୁରା ଭୂତାଣୁର ଭୟ

ଗୁଜରାଟରେ ଚାନ୍ଦିପୁରା ଭୂତାଣୁର ଭୟ

ନୂଆଦିଲ୍ଲୀ :  ସ୍ବାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଜୁନ ୩୦ରୁ ଅଗଷ୍ଟ ୧୨ ମଧ୍ୟରେ ଗୁଜରାଟରେ ୨୩୮ଟି ସନ୍ଦିଗ୍ଧ ଚାନ୍ଦିପୁରା ଭୂତାଣୁ ମାମଲା ଏବଂ ୪୧ଟି ଲାବରେଟୋରି-ନିଶ୍ଚିତ ସଂକ୍ରମଣ ରେକର୍ଡ କରାଯାଇଛି । ୪୧ଜଣ ନିଶ୍ଚିତ ରୋଗୀଙ୍କ ମଧ୍ୟରୁ ୨୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୃତ୍ୟୁହାର ପ୍ରାୟ ୬୫ ଦଶମିକ ୯ ପ୍ରତିଶତ ରହିଛି । ବିଭାଗ ପକ୍ଷରୁ କୁହାଯାଇଛି ଯେ ୨୩୮ଟି ସନ୍ଦିଗ୍ଧ ମାମଲାରୁ ପରୀକ୍ଷା ରିପୋର୍ଟ ମିଳିସାରିଛି ଏବଂ ଅବଶିଷ୍ଟ ୬ଟି ନମୁନାର ରିପୋର୍ଟ ଆସିବାକୁ ବାକି ଅଛି । ସ୍ବାସ୍ଥ୍ୟମନ୍ତ୍ରୀ ପ୍ରଫୁଲ୍ଲ ପାନସେରିଆ ସ୍ପଷ୍ଟ କରିଛନ୍ତି ଯେ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଡ଼ା ନଜର ରଖାଯିବା ସହ ସମସ୍ତ ସରକାରୀ ହସ୍ପିଟାଲରେ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭୂତାଣୁକୁ ପ୍ରତିରୋଧ କରିବା ଏବଂ ରୋଗୀଙ୍କୁ ଶୀଘ୍ର ଚିକିତ୍ସା ଯୋଗାଇଦେବା ପାଇଁ ପ୍ରାଥମିକ ସ୍ତରରୁ ପରୀକ୍ଷା ଓ ଚିକିତ୍ସା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking