29.1 C
Bhubaneswar
Friday, August 14, 2026
Homeଦେଶ ବିଦେଶଭାରତକୁ ଶେହବାଜଙ୍କ ଧମକ

ଭାରତକୁ ଶେହବାଜଙ୍କ ଧମକ

ନୂଆଦିଲ୍ଲୀ: ପାକିସ୍ତାନର ସ୍ୱାଧୀନତା ଦିବସ ପୂର୍ବରୁ ପୁଣି ତେଜ ହୋଇଛି ଭାରତ- ପାକିସ୍ତାନ ମଧ୍ୟରେ ତିକ୍ତତା । ଇସଲାମବାଦରେ ୟାଦଗାର-ଏ- ଫତେହ କାଯ୍ୟକ୍ରମରେ ଯୋଗଦେଇ ଭାରତକୁ ଟାର୍ଗେଟ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ । ଇଣ୍ଡସ ଜଳ ଚୁକ୍ତିକୁ ନେଇ ଶେହବାଜ କହିଛନ୍ତି, ପାକିସ୍ତାନର ପାଣିର ପ୍ରତ୍ୟେକ ବୁନ୍ଦା ତାଙ୍କ ଦେଶ ପାଇଁ ରେଡ ଲାଇନ । ଭାରତ ଯଦି ପାକିସ୍ତାନର ଜଳ ଅଧିକାରକୁ ପ୍ରଭାବିତ କରେ ତେବେ ଏହାର ସିଧାସଳଖ ଜବାବ ଦିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ଶେହବାଜ ଆହୁରି କହିଛନ୍ତି, ପାକିସ୍ତାନ ଯୁଦ୍ଧ ଚାହୁଁ ନାହିଁ, ଶାନ୍ତି ଚାହୁଁଛି । କିନ୍ତୁ ଶାନ୍ତିର ଇଚ୍ଛାକୁ ଦୁର୍ବଳତା ବୋଲି ବିଚାର କରିବା ଉଚିତ ନୁହେଁ । ଭବିଷ୍ୟତରେ ପାକିସ୍ତାନରେ ସାର୍ବଭୌମତ୍ୱ କିମ୍ବା ସୁରକ୍ଷା ପ୍ରତି କୌଣସି ବିପଦ ଆସିଲେ, ମେ ୨୦୨୫ର ସଂଘର୍ଷଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ ଜବାବ ଦିଆଯିବ ବୋଲି ସେ କହିଛନ୍ତି । ଏହି ଅବସରରେ ଇସଲାମବାବଦରେ ୟାଦଗାର-ଏ- ଫତେହ ବା ବିଜୟ ସ୍ମାରକର ଉଦଘାଟନ କରାଯାଇଛି । ପାକିସ୍ତାନ ଏହି ସ୍ମାରକକୁ ୨୦୨୫ ର ଭାରତ- ପାକିସ୍ତାନ ସାମରିକ ସଂଘର୍ଷରେ ନିଜର ବିଜୟର ପ୍ରତୀକ ଭାବେ ଉପସ୍ଥାପନ କରୁଛି । କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଆସିଫ ଅଲ୍ଲି ଜର୍ଦ୍ଦାରୀ ଓ ସେନା ମୁଖ୍ୟ ଅସୀମ ମୁନିରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ତେବେ ଇଣ୍ଡିସ ଜଳ ଚୁକ୍ତିକୁ ନେଇ ପାକିସ୍ତାନ ପକ୍ଷରୁ ଏଭଳି କଡା ବୟାନ ଆସିବା ପରେ ଦୁଇ ଦେଶ ମଧ୍ୟରେ ପୂର୍ବରୁ ରହିଥିବା ଉତ୍ତେଜନା ଆହୁରି ବଢିବାର ଆଶଙ୍କା ଦେଖାଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking