ନୂଆଦିଲ୍ଲୀ: ସକାଳୁ ସକାଳୁ ଭୂମିକମ୍ପରେ ଥରିଲା ଲେହ – ଲାଦାଖ । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଗୁରୁବାର ସକାଳ ୬.୦୫ ରେ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ୫.୫ ଲ ରେକର୍ଡ କରାଯାଇଥିଲା । ଝଟକା ଯୋଗୁଁ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇ ଘରୁ ବାହାରକୁ ଚାଲିଆସିଥିଲେ । ସୂଚନାଯାଗ୍ୟ ଯେ , ପରବର୍ତ୍ତୀ ସମୟରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା । ଏହ୍ରା କେନ୍ଦ୍ରସ୍ଥଳ ଭୂମିରୁ ୧୦ କିଲୋମିଟର ତଳେ ଥିଲା । ଏହି ଭୂମିକମ୍ପ ଯୋଗୁଁ ଲୋକଙ୍କ ମଧ୍ୟରେ କିଛି ସମୟ ପାଇଁ ଆତଙ୍କ ଖେଳିଯାଇଥିଲା । ତଥାପି ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି କୌଣସି ରିପୋର୍ଟ ମିଳିନାହିଁ । ସ୍ଥାନୀୟ ପ୍ରଶାସନ ଏବଂ ସମ୍ବନ୍ଧିତ ସସ୍ଥାଗୁଡିକ ପରିସ୍ଥିତି ଉପରେ ନଜର ରଖିଛନ୍ତି । ଅଧିକାରୀମାନେ କ୍ଷୟକ୍ଷତି ଆକଳନ କରୁଛନ୍ତି । ଲୋକମାନେ ଶୋଇଥିବା ସମୟରେ ଭୂକମ୍ପ ହୋଇଥିଲା । ହଠାତ ଏହି ଝଟକା ସେମାନଙ୍କୁ ଏତେ ଭୟଭୀତ କରିଥିଲା ଯେ, ସେମାନେ ଘରୁ ବାହରାକୁ ବାହାରି ରାସ୍ତାକୁ ଧାଇଁ ଆସିଥିଲେ । ଲୋକଙ୍କ କହିବା ଅନୁସାରେ ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, ସୋମାନେ ଶୋଇଥିବା ସମୟରେ ମଧ୍ୟ ସମଗ୍ର ଘର ଥରି ଉଠିବା ଭଳି ଅନୁଭବ କରିଥିଲେ ।










