32.8 C
Bhubaneswar
Tuesday, August 11, 2026
Homeଓଡିଶାଆଇନଜୀବୀଙ୍କୁ ଆକ୍ରମଣ : ଓକିଲ ସଂଘର କଲମ ଛାଡ଼ ଆନ୍ଦୋଳନ

ଆଇନଜୀବୀଙ୍କୁ ଆକ୍ରମଣ : ଓକିଲ ସଂଘର କଲମ ଛାଡ଼ ଆନ୍ଦୋଳନ

ଜଳେଶ୍ୱର : ୧୬ ନମ୍ବର ଜାତୀୟ ରାଜପଥ ଉପରେ ଜଣେ ଆଇନଜୀବୀଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରିବା ଦାବିରେ ଜଳେଶ୍ୱର ଓକିଲ ସଂଘ ପକ୍ଷରୁ ଦିନକ ପାଇଁ ସମୂହ କଲମ ଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଛି ।

ସୂଚନା ଅନୁସାରେ, ସୋମବାର ଅପରାହ୍ଣରେ ଆଇନଜୀବୀ ସିଦ୍ଧାର୍ଥ ଦାସ ବାଇକ୍ ଯୋଗେ କୋର୍ଟରୁ ନିଜ ଘରକୁ ଫେରୁଥିଲେ । ସେ ୧୬ ନମ୍ବର ଜାତୀୟ ରାଜପଥରେ ଯାଉଥିବା ସମୟରେ ଏକ ବାଇକ୍‌ରେ ୩ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଅଟକାଇ ଭୁଜାଲିରେ ଆକ୍ରମଣ କରିଥିଲେ । ଆକ୍ରମଣରେ ସିଦ୍ଧାର୍ଥଙ୍କ କାନ୍ଧ ଓ ହାତରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଜଳେଶ୍ୱର ଡାକ୍ତରଖାନା, ପରେ ବାଲେଶ୍ୱର ଏବଂ ଅବସ୍ଥା ଅଧିକ ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ସେ ଜୀବନମରଣ ସହ ସଂଗ୍ରାମ କରୁଥିବା ଜଣାପଡ଼ିଛି ।

ଅନ୍ୟପଟେ, ଘଟଣାରେ ସମ୍ପୃକ୍ତ ଅପରାଧୀମାନଙ୍କୁ ପୁଲିସ ଏପର୍ଯ୍ୟନ୍ତ ଗିରଫ କରିପାରିନଥିବାରୁ ଓକିଲ ସଂଘ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି । ଦୋଷୀମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଓକିଲମାନେ ଦିନକ ପାଇଁ କଲମ ଛାଡ଼ ଆନ୍ଦୋଳନ କରିଛନ୍ତି । ଏହାସହିତ ଜଳେଶ୍ୱର ଥାନାରେ ଓକିଲ ସଂଘ ପକ୍ଷରୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି । ତେବେ ଘଟଣାରେ ସମ୍ପୃକ୍ତ ଅପରାଧୀମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଜଳେଶ୍ୱର ଏସ୍‌ଡିପିଓ ସୁରେଶ ତ୍ରିପାଠୀ ସୂଚନା ଦେଇଛନ୍ତି । ପୁଲିସ ଘଟଣାର ତଦନ୍ତ ଜାରି ରଖିବା ସହ ଅଭିଯୁକ୍ତମାନଙ୍କୁ ଧରିବାକୁ ପ୍ରୟାସ ଚଳାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking