32.8 C
Bhubaneswar
Tuesday, August 11, 2026
Homeଓଡିଶାବଜ୍ରାଘାତରେ ୨ ମହିଳା ଶ୍ରମିକଙ୍କ ମୃତ୍ୟୁ: ୨୦ରୁ ଅଧିକ ଶ୍ରମିକ ଆହତ

ବଜ୍ରାଘାତରେ ୨ ମହିଳା ଶ୍ରମିକଙ୍କ ମୃତ୍ୟୁ: ୨୦ରୁ ଅଧିକ ଶ୍ରମିକ ଆହତ

ସୁନ୍ଦରଗଡ଼: ଓଡ଼ିଶାରେ ଖରିଫ ଋତୁର ଚାଷ କାମ ଜାରି ରହିଛି। ଚାଷୀମାନେ କିଛି ଦିନ ହେଲା ରାଜ୍ୟବ୍ୟାପୀ ଧାନ ବେଉସଣ ଏବଂ ଧାନତଳି ରୁଆ କାମ କରୁଛନ୍ତି। ଆଜି ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ବାଲିଶଙ୍କରାରେ ଏକ ଅଭାବନୀୟ ଘଟଣା ଘଟିଛି। ବିଲରେ ଧାନ ତଳି ରୋଉଥିବାବେଳେ ବଜ୍ରାଘାତରେ ୨ ଜଣ ମହିଳା ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଶ୍ରମିକ ଆହତ ହୋଇଛନ୍ତି। ବଜ୍ରପାତରେ ମୃତ ବ୍ୟକ୍ତିମାନେ ହେଲେ ଚମ୍ପା ତିର୍କୀ ଏବଂ ସୁଶିଳା ତିର୍କୀ।

ସୂଚନା ଅନୁସାରେ ପଡୋଶୀ ଛତିଶଗଡ଼ ବାରଡିହି ତୁମଲା ବାସିନ୍ଦା ଚମ୍ପା ତିର୍କୀ ଏବଂ ସୁଶିଳା ତିର୍କୀଙ୍କ ସହିତ ଅନ୍ୟ ମହିଳା ଏବଂ ପୁରୁଷ ଶ୍ରମିକମାନେ ବାଲିଶଙ୍କରା ଅଞ୍ଚଳର ବାଟିପଡ଼ାରେ ଏକ ଖେତରେ ଧାନ ରୋପଣ କରୁଥିଲେ। ଅପରାହ୍‌ଣ ସମୟରେ ଘଡ଼ଘଡ଼ି ବର୍ଷା ସହିତ ବଜ୍ରପାତ ହୋଇଥିଲା। ‌ବିଲ ଉପରେ ବଜ୍ରପାତ ତାଣ୍ଡବ ରଚିଥିଲା। ଚମ୍ପା ତିର୍କୀ ଏବଂ ସୁଶିଳା ତିର୍କୀ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ। ଅନ୍ଯ ୨୦ ଶ୍ରମିକ ବଜ୍ରାଘାତରେ ଆହତ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking