32.8 C
Bhubaneswar
Tuesday, August 11, 2026
Homeଓଡିଶାଆସନ୍ତା ୧୨ରେ ରାଜ୍ୟ କ୍ୟାବିନେଟ୍‌ ବୈଠକ

ଆସନ୍ତା ୧୨ରେ ରାଜ୍ୟ କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର: ଆସନ୍ତା ୧୨ ତାରିଖରେ ରାଜ୍ୟ କ୍ୟାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ରାଜ୍ୟର ବିକାଶ ଓ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କିତ କେତେକ ବଡ଼ ନିଷ୍ପତ୍ତି ନିଆଯାଇପାରେ । ବିଶେଷ କରି ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ୍‌ର ମୋହର ବାଜିବାର ପ୍ରବଳ ସମ୍ଭାବନା ରହିଛି ।ସୂଚନା ଅନୁଯାୟୀ, ଏହି କ୍ୟାବିନେଟ୍ ବୈଠକରେ ରାଜ୍ୟର ଭୂମିହୀନ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସାଧାରଣ ପ୍ରଶାସନ ସହ ଜଡ଼ିତ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ସ୍ଥାନ ପାଇପାରେ । ଏହାଛଡ଼ା ଭିତ୍ତିଭୂମି ବିକାଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ନୂତନ ନୀତି କିମ୍ବା ସଂଶୋଧନ ନେଇ ମଧ୍ୟ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି ।

ଆସନ୍ତା ବୈଠକରେ ଯେଉଁ ୯ଟି ପ୍ରସ୍ତାବ ଉପରେ ମୋହର ବାଜିବାକୁ ଯାଉଛି, ତାହା ରାଜ୍ୟର ଆର୍ଥିକ ଓ ସାମାଜିକ ପ୍ରଗତିକୁ ଆହୁରି ଆଗକୁ ନେବାରେ ସହାୟକ ହେବ । ମନ୍ତ୍ରୀପରିଷଦର ଏହି ବୈଠକ ପରେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ନିଷ୍ପତ୍ତିଗୁଡ଼ିକ ସମ୍ପର୍କରେ ଆନୁଷ୍ଠାନିକ ଭାବେ ଗଣମାଧ୍ୟମକୁ ସୂଚନା ଦିଆଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking