କଟକ: କେନ୍ଦ୍ରାପଡା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସଙ୍ଗ । ପ୍ରସଙ୍ଗରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇ କହିଛନ୍ତି, ନିର୍ବାଚନ ପ୍ରକ୍ରିୟା ଜାରି ରହିବ । ଏବଂ ଫଳ ଘୋଷଣା ଉପରେ ମଧ୍ୟ ଅଙ୍କୁଶ ଲଗାଇଛନ୍ତି ।ବିନା ଅନୁମତିରେ ଫଳ ଘୋଷଣା ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନାସ୍ଥା ପ୍ରସ୍ତାବ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଚାମେଲି । ସୂଚନାଥାଉକି, କିଛି ଦିନ ତଳେ ତିଖିରି ପଞ୍ଚାୟତର କିଛି ସମିତିସଭ୍ୟ, ସଭ୍ୟା ଚାମେଲିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ।










