ଭୁବନେଶ୍ୱର : ଫିଟନେସ ପରେ ଏବେ ରାଜ୍ୟ ପରିବହନ ବିଭାଗ ବୈଧ ବୀମା ନଥଧିବା ଗାଡି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି । ଯେଉଁସବୁ ଗାଡିର ବୀମା ନଥିବ ଏବଂ ବାରମ୍ବାର ଜରିମାନା ଚାଲାଣ କଟୁଥିବାତ୍ତସତ୍ତ୍ୱେ ବୀମା କରୁନଥିବେ ସେହି ସବୁ ଗାଡି ଗୁଡିକୁ ଜବତ କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ରାଜ୍ୟରେ ୬୫ ଲକ୍ଷ ୭୩ ହଜାର ୬୩୩ଟି ଗାଡିର ବୈଧ ବୀମା ମଥିବା ଜଣାପଡିଛି । ନିକଟରେ ସୁପ୍ରିମକୋର୍ଟ ବୈଧ ବୀମା ନଥିବା ଗାଡିଗୁଡିକ ବିରୋଧରେ କଠୋର କାର୍ଯ୍ୟାର୍ନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯେଉଁ ଗାଡିରେ ବୀମା ନଥିବ ସେମାନଙ୍କୁ ପେଟ୍ରୋଲ ଏବଂ ଡିଜେଲ ନଦେବାକୁ ଆଦେଶରେ କୁହାଯାଇଥିଲା । ସୂଚନାଯୋଗ୍ୟ ଯେ, ରାଜ୍ୟରେ ମୋଟ ୧ କୋଟି ୧ ଲକ୍ଷ ୪୧ ହଜାର ୯୫୧ଟି ଗାଡି ସରୁଛି । ସେଥିରୁ ମାତ୍ର ୩୫ ଲକ୍ଷ ୬୮ ହଜାର ୩୧୮ଟି ଗାଡିର ବୈଧ ବୀମା ରହିଥିବା ବେଳେ ୬୫ ଲକ୍ଷ ୭୩ ହଜାର ୬୩୩ଟି ଗାଡିର ବୀମା ନାହିଁ । ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପରିବହନ ଅଧିକାରୀ ସ୍ତରରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବା ସହ ଚଢଉ ଅଭିଯାନ ଜୋରଦାର କରିବାକୁ କୁହାଯାଉଛି । ଉଚିତ କ୍ଷତିପୂରଣ ସୁନିଶ୍ଚିତ କରିବା ପାଇଁ ବୈଧ ବୀମା ଅତ୍ୟନ୍ତ ଜରୁରୀ ହୋଇଥାଏ ।









