33.3 C
Bhubaneswar
Sunday, August 9, 2026
Homeଓଡିଶାଜଙ୍ଗଲରୁ ମୃତ ହାତୀର ଅସ୍ଥି ଉଦ୍ଧାର

ଜଙ୍ଗଲରୁ ମୃତ ହାତୀର ଅସ୍ଥି ଉଦ୍ଧାର

ମୃତ ହାତୀର ଅସ୍ଥି ଉଦ୍ଧାର । ଦେବଗଡ଼ ବନଖଣ୍ଡ, ରିଆମାଳ ବନାଞ୍ଚଳ ନୂଆଡ଼ିହ ସେକ୍ସନ ଖିଲେଇ ଗ୍ରାମ ନିକଟସ୍ଥ ଗୋଗୁଆ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ବନ ବିଭାଗ ଏକ ମୃତ ହାତୀର ଅସ୍ଥି ଉଦ୍ଧାର କରିଛି । ହାତୀଟିର ଏକ ମାସ ପୂର୍ବରୁ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ହାତୀର ପ୍ରକୃତ ବୟସ ଓ ଏହା ମାଈ ନା ଅଣ୍ଡିରା ଏହାର ପ୍ରକୃତ ତଥ୍ୟ ଓଏୟୂଟି ଲ୍ୟାବରୁ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ । ପ୍ରାଥମିକ ତଦନ୍ତରେ ଏହା ଏକ ମାଈ ହାତୀ ଓ ପ୍ରାକୃତିକ ମୃତ୍ୟୁ ଘଟିଥିବା ବନ ବିଭାଗର ତଦନ୍ତ କାରି ଅଧିକାରୀ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାଇ ଗତକାଲି ଫରେଷ୍ଟ ପେଟ୍ରୋଲିଙ୍ଗ ଟିମ ଉକ୍ତ ଜଙ୍ଗଲରେ ଗସ୍ତ କରୁଥିବା ବେଳେ ଗୋଗୁଆ ଜଙ୍ଗଲ ମଧ୍ୟରେ ଏକ ହାତୀର ଅସ୍ଥି ପଡ଼ିଥିବା ଦେଖି ବନ ବିଭାଗକୁ ସୂଚନା ଦେଇଥିଲେ । ବିଭିଓ ଙ୍କ ଉପସ୍ଥିତିରେ ଅସ୍ଥି ସଂଗ୍ରହ କରି ପରୀକ୍ଷା ପାଇଁ ଭୁବନେଶ୍ୱର ସ୍ଥିତ ଓୟୁଏଟି ଲ୍ୟାବକୁ ପଠାଇ ଥିଲେ । ସେଠାରୁ ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବନଖଣ୍ଡ ଅଧିକାରୀ ମିସ ରଶ୍ମି ଜି ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking