31.2 C
Bhubaneswar
Sunday, August 9, 2026
Homeଓଡିଶାହୀରାକୁଦର ଆଉ ୪ଟି ଗେଟ୍‌ ଖୋଲିଲା

ହୀରାକୁଦର ଆଉ ୪ଟି ଗେଟ୍‌ ଖୋଲିଲା

ରାଜ୍ୟରେ ବନ୍ୟା ପରିସ୍ଥିତି ଘନୀଭୂତ ହେବାରେ ଲାଗିଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି, ଯାହାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଆଉ ୪ଟି ଗେଟ୍ ଖୋଲିଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ମୋଟ ୧୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଅନ୍ୟପଟେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀ ପୁଣି ଥରେ ଫୁଲିବାରେ ଲାଗିଛି । ଆଖୁଆପଦା ନିକଟରେ ନଦୀର ଜଳସ୍ତର କ୍ରମାଗତ ଭାବେ ବଢୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବର୍ତ୍ତମାନ ବନ୍ୟା ଜଳ ସତର୍କ ସଙ୍କେତ ଉପରେ ପ୍ରଭାବିତ ହେଉଛି, ଯାହା ପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟିଛି । ବୈତରଣୀର ଜଳସ୍ତର ବୃଦ୍ଧି ପାଇବା ଫଳରେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକର ତଳିଆ ଅଞ୍ଚଳରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ନଦୀ କୂଳିଆ ଗାଁ ଗୁଡିକରେ ବନ୍ୟା ପାଣି ପଶିବା ଆଶଙ୍କା ଦେଖାଦେଇଛି । ଚାଷ ଜମିରେ ପାଣି ମାଡ଼ିଯିବା ଭୟରେ ଚାଷୀମାନେ ଚିନ୍ତାରେ ପଡିଥିବା ବେଳେ ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ନଦୀ ବନ୍ଧ ଗୁଡିକର ସୁରକ୍ଷା ଯାଞ୍ଚ କରାଯିବା ସହ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking