29.4 C
Bhubaneswar
Saturday, August 8, 2026
Homeଓଡିଶାମା’ ଦ୍ୱାରସେନି ମନ୍ଦିରରେ କଳାକନା!

ମା’ ଦ୍ୱାରସେନି ମନ୍ଦିରରେ କଳାକନା!

ବଲାଙ୍ଗୀର: ପୁଣି ମାତିଲେ ମନ୍ଦିର ଚୋର । ମନ୍ଦିରରେ କଳାକନା ବୁଲାଇ ଲୁଟିନେଲେ ଠାକୁରାଣୀଙ୍କ ଅଳଙ୍କାର ଓ ଦାନପେଟିର ଟଙ୍କା । ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲାରେ ମା’ ଦ୍ୱାରସେନିଙ୍କ ମନ୍ଦିରରୁ ଚୋରି ଅଭିଯୋଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସିନ୍ଧେକେଲା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ଭାବେ ପୂଜିତ ହୁଅନ୍ତି ମା’ ଦ୍ୱାରସେନି । ତେବେ ଏହି ପ୍ରସିଦ୍ଧ ମନ୍ଦିରକୁ ଚୋରମାନେ ଟାର୍ଗେଟ କରିଥିବା ଅଭିଯୋଗ ହୋଇଛି । ମନ୍ଦିରରୁ ମା’ଙ୍କ ରୁପା ମୁକୁଟ ସହ ସୁନା ଅଳଙ୍କାର ଏବଂ ଦାନପେଟିରୁ ଟଙ୍କା ଚୋରି ହୋଇଥିବା କୁହାଯାଉଛି । ଘଟଣା ଜଣାପଡ଼ିବା ପରେ ମନ୍ଦିର ପରିସରରେ ହଇଚଇ ସୃଷ୍ଟି ହୋଇଛି । ଖବର ପାଇ ସିନ୍ଧେକେଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛି । ଚୋରମାନେ କେଉଁ ବାଟ ଦେଇ ମନ୍ଦିରରେ ପଶିଲେ, କିପରି ଚୋରି କଲେ ଏବଂ ଚୋରି ପଛରେ କିଏ ରହିଛି—ସେନେଇ ତଦନ୍ତ ଚାଲିଛି ।

ତେବେ ଚୋରି ହୋଇଥିବା ସମ୍ପତ୍ତିର ପ୍ରକୃତ ପରିମାଣ ଏଯାଏ ସ୍ପଷ୍ଟ ହୋଇନାହିଁ । ମନ୍ଦିର ପକ୍ଷରୁ ଚୋରି ଯାଇଥିବା ଟଙ୍କା, ସୁନା ଓ ରୁପା ଅଳଙ୍କାରର ଆକଳନ କରାଯାଉଛି । ଘଟଣାର ଗୁରୁତ୍ୱକୁ ଦେଖି ବଲାଙ୍ଗୀରରୁ ସାଇଣ୍ଟିଫିକ୍‌ ଟିମ୍‌ ଆସି ବିଭିନ୍ନ ଦିଗରୁ ତଦନ୍ତ କରିବ ବୋଲି ସୂଚନା ମିଳିଛି । ଘଟଣାସ୍ଥଳରୁ ଆବଶ୍ୟକ ପ୍ରମାଣ ଓ ଫିଙ୍ଗରପ୍ରିଣ୍ଟ୍‌ ଭଳି ବୈଜ୍ଞାନିକ ତଥ୍ୟ ସଂଗ୍ରହ କରାଯାଇପାରେ । ଏପଟେ ମନ୍ଦିରରୁ ଠାକୁରାଣୀଙ୍କ ଅଳଙ୍କାର ଓ ଦାନପେଟିର ଟଙ୍କା ଚୋରି ଘଟଣାକୁ ନେଇ ଭକ୍ତ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ମନ୍ଦିର ଭଳି ଧାର୍ମିକ ସ୍ଥଳର ସୁରକ୍ଷାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ । ଏବେ ପୁଲିସର ତଦନ୍ତ ଉପରେ ନଜର । କିଏ ମନ୍ଦିରରେ ପଶି ଚୋରି କରିଥିଲା, ଚୋରି ଯାଇଥିବା ଅଳଙ୍କାର ଓ ଟଙ୍କା କେଉଁଠି ଗଲା ଏବଂ ଚୋରମାନେ କେବେ ଧରାପଡ଼ିବେ—ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking