31.1 C
Bhubaneswar
Saturday, August 8, 2026
Homeଦେଶ ବିଦେଶଆସନ୍ତା ୧୨ରେ ସୂର୍ଯ୍ୟୋପରାଗ: ଦିନ ହୋଇଯିବ ରାତି !

ଆସନ୍ତା ୧୨ରେ ସୂର୍ଯ୍ୟୋପରାଗ: ଦିନ ହୋଇଯିବ ରାତି !

ନୂଆଦିଲ୍ଲୀ: ଏଇ ବୁଧବାର ଦିନ ହୋଇଯିବ ରାତି । ବିଶ୍ୱ ଦେଖିବ ଦୁର୍ଲଭ ମହାଜାଗତିକ ଦୃଶ୍ୟ । ଅମାବାସ୍ୟାରେ ପଡିବ ପୃଥୀବୀ ଉପରେ ପଡିବ କଳା ଛାଇ । ଘଟିବାକୁ ଯାଉଛି ୨୦୨୬ର ଦ୍ୱିତୀୟ ସୂର୍ଯ୍ୟ ପରାଗ । ଭାରତୀୟ ସମୟ ଅନୁଯାୟୀ, ସୂର୍ଯ୍ୟ ପରାଗ ୧୨ ଅଗଷ୍ଟ ରାତି ୯ଟା ୪ ମିନିଟରେ ଆରମ୍ଭ ହେବ । ଏବଂ ୧୩ ଅଗଷ୍ଟ ସକାଳ ୪ଟା ୨୫ ମିନିଟ ଯାଏ ଚାଲିବ । କିନ୍ତୁ ଏହି ଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ । ତେବେ ଶ୍ରାବଣ ମାସର କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ଏହି ପରାଗ ପଡୁଥିବାରୁ ଏହାକୁ ଧାର୍ମିକ ଏବଂ ଜ୍ୟୋର୍ତିବିଜ୍ଞାନୀ ଭାବେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନେକରାଯାଉଛି । ବିଶେଷ କଥା ହେଉଛି ସେହି ଦିନ ଅମାବାସ୍ୟା ମଧ୍ୟ ପଡୁଛି । ଯାହା ହିନ୍ଦୁ ପରମ୍ପରାରେ ଏକ ପବିତ୍ର ଦିନ ଭାବରେ ପରିଚିତ । ଧାର୍ମିକ ବିଶ୍ୱାସ ଅନୁସାରେ ଏଥିପାଇଁ ସୂତକ କାଳ ବୈଧ ମନାଯିବ ନାହିଁ ଏବଂ ସୂତକ ସମ୍ବନ୍ଧୀୟ ନିୟମ ମଧ୍ୟ ଭାରତବାସୀଙ୍କ ପାଇଁ ପ୍ରଯୁଜ୍ୟ ଦେବ ନାହିଁ । ପଞ୍ଚାଙ୍ଗ ଅନୁଯାୟୀ ସୂର୍ଯ୍ୟପରାଗ ଏବଂ ଚନ୍ଦ୍ରଗ୍ରହଣ ପୂର୍ବରୁ ଥିବା ଅଶୁଭ ସମୟକୁ ସୂଚାଯାଏ । ହିନ୍ଦୁ ମତାନୁସାରେ ଏହି ସମୟରେ କୁପ୍ରଭାବରେ ବଞ୍ଚିବା ପାଇଁ ଅତିରିକ୍ତ ସତର୍କତା ଅବଲମ୍ବନ କରିବାକୁ କୁହାଯାଏ । ପୂର୍ଣ୍ଣ ସୂର୍ଯ୍ୟ ପରାଗ ଗ୍ରୀନଲାଣ୍ଡ, ଆଇଲାଣ୍ଡ, ସ୍ପେନ, ଋଷ ଏବଂ ପର୍ତ୍ତୁଗାଲର କିଛି ଅଞ୍ଚଲରେ ଦୃଶ୍ୟମାନ ହେବ । ଏହା ସହିତ ୟୁରୋପ ଆଫ୍ରିକା , ଉତ୍ତ୍ର ଆମେରିକା, ଆଟଲାଣ୍ଟିକ ମହାସାଗର ଏବଂ ପ୍ରଶାନ୍ତ ମହାସାଗରର ଅନେକ ସ୍ଥାନରେ ଆଂଶିକ ସୂର୍ଯ୍ୟ ପରାଗ ମଧ୍ୟ ଦେଖିବାକୁ ମିଳିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking