33.3 C
Bhubaneswar
Saturday, August 8, 2026
Homeଓଡିଶାମାଆ ମଝିଘରିଆଣୀଙ୍କ ପାଖେ ଲାଗି ହେଲା ୫୬ ଭୋଗ !

ମାଆ ମଝିଘରିଆଣୀଙ୍କ ପାଖେ ଲାଗି ହେଲା ୫୬ ଭୋଗ !

ରାୟଗଡ଼ା : ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣୀ । ମାଆଙ୍କ ପୂଜାରେ ରହିଛି ଅନେକ ନିୟମ ଓ ପରମ୍ପରା । ଏହି ପରମ୍ପରା ଅନୁସାରେ ଆଷାଢ ମାସ ଶୁକ୍ରବାର ଦିନ ବାପ ଘରୁ ଆସେ ଭାର । ଭଳି କି ଭଳି ମିଠା,ପୀଠା ସହ ଫଳ ମୂଳ ଓ ଅନ୍ୟାନ୍ୟ ଭୋଗ ରାଗ । ଏସବୁ ମା’ଙ୍କ ପାଖେ ଲାଗି ହୋଇ ପୂଜା ହୁଏ ।ରାୟଗଡାର ଅଧିଷ୍ଠାତ୍ରୀ ଦେବୀଙ୍କ ପାଖରେ ୫୬ ପ୍ରକାର ଭୋଗ ଲାଗି ହୋଇଛି । ଆଷାଢ ମାସ ଶୁକ୍ରବାର ଦିନ ଏହି ପୂଜା କରାଯାଇଥାଏ । ତେଲୁଗୁ ପରମ୍ପରା ଅନୁସାରେ ବିବାହ ପରେ ଶ୍ବଶୁର ଘରୁ ଝିଅଙ୍କୁ ପ୍ରତି ଆଷାଢ ମାସରେ ବାପ ଘରକୁ ଡ଼ାକି ଆଣିବା ପରମ୍ପରା ରହିଛି। ତେଲୁଗୁ ସଂପ୍ରଦାୟ ଲୋକେ ମାଆ ମଝିଘରିଆଣିଙ୍କୁ ଘରର ଝିଅ ବୋଲି ମାନନ୍ତି । ତେଣୁ ଝିଅ ବିଦା ସମୟରେ ମା’ ଘରୁ ଭାର ଦେଇ ବିଦା କରିବା ପରମ୍ପରାର ବିଧି ରହିଛି ।

 ଏହି ପରମ୍ପରା ଅନୁଯାୟୀ ଭାର ଆସିଥାଏ । ବାଜାର ତାଳେ ତାଳେ ନାଚ ଗୀତ କରି ଯୁବତୀ ଓ ମହିଳା ମାନେ ଖାଲି ପାଦରେ ବାହାରି ପଡନ୍ତି ନିଜ ଝିଅ କୁ ବିଦାୟ ଦେବା ପାଇଁ । ମୁଣ୍ଡରେ ୫୬ ପ୍ରକାର ମିଠା ପିଠା ସହିତ ଝିଅ ପାଇଁ ଶଙ୍ଖା ସିନ୍ଦୁର,ଅଳଙ୍କାର ଓ ନୂଆଁ ପୋଷକ ନାଲି ଶାଢ଼ୀ ମୁଣ୍ଡେଇ ଆଣନ୍ତି । ଏହି ଖାସ୍ ପରମ୍ପରା ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗେ । ଏହା ଆସ୍ଥା,ବିଶ୍ବାସ ଓ ଭକ୍ତିର ସମନ୍ବୟ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking