ମୟୁରଭଞ୍ଜ: ପୁଣି ଓଡିଶା ଉପରେ ବର୍ଷାର ବଡ ବିପଦା ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଜି ସୃଷ୍ଟି ହେବ ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟର ଉତ୍ତର ଓ ପଶ୍ଚିମ ଓଡିଶାର ଅନେକ ଅଞ୍ଚଳରେ ବର୍ଷାର ପ୍ରକୋପ ବଢିବା ଆଶଙ୍କା ରହିଛି । କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି । ବିଶେଷକରି ମୟୁରଭଞ୍ଜ ଜିଲ୍ଲା ପାଇଁ ଜାରି ହୋଇଛି ରେଡ ଆଲର୍ଟ । ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି । ବିଶେଷକରି ମୟୁରଭଞ୍ଜ ଜିଲ୍ଲା ପାଇଁ ରେଡ ଆଲର୍ଟ ଜାରି ହୋଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଜିଲ୍ଲା ପ୍ରଶାସନ ସ୍କୁଲ ଓ କଲେଜ ବନ୍ଦ ପାଇଁ ନିଷ୍ପତ୍ତି ନେଇଛନ୍ତି । ଗତ କିଛିଦିନ ଧରି ରାଜ୍ୟର ଅନେକ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ, ପୁଣି ଲଘୁଚାପର ସମ୍ଭାବନା ଚିନ୍ତା ବଢ଼ାଇଛି । ନଦୀ ଓ ଜଳାଶୟଗୁଡ଼ିକର ଜଳସ୍ତର ଉପରେ ମଧ୍ୟ ନଜର ରଖାଯାଉଛି । ବର୍ଷାର ପରିମାଣ ବଢ଼ିଲେ ଯାତାୟତ ବ୍ୟବସ୍ଥା ପ୍ରଭାବିତ ହେବା ସହ ଗ୍ରାମାଞ୍ଚଳରେ ଯୋଗାଯୋଗ ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ ।










