ନୂଆଦିଲ୍ଲୀ: ଆରଏସଏସ ମୁଖ୍ୟ ମୋହନ ଭାଗବତ ଭାରତର ଅନ୍ତର୍ଜାତୀୟ ମିଳିତ ରାଷ୍ଟ୍ର ଆନ୍ଦୋଳନରେ ଯୋଗ ଦେଇଥିଲେ । ଯେଉଁଠାରେ ସେ ୨୦୦୦ ଜେନ ଜଡ ଏବଂ ଜେନ ଆଲଫା ସଦସ୍ୟଙ୍କୁ ସମ୍ବୋଧିତ କରିଥିଲେ । ଏହା ପରେ ମୋହନ ଭାଗବତଙ୍କୁ କଂଗ୍ରେସ ସାସଂଦ ପ୍ରିୟଙ୍କା ଗାନ୍ଧୀ ଟାର୍ଗେଟ କରି କହିଛନ୍ତି, ଭାଗବତଙ୍କ ଠାରୁ କୌଣସି ପ୍ରମାଣ ପତ୍ରର ଆବଶ୍ୟକତା ନାହିଁ । କେବଳ ପ୍ରିୟଙ୍କା ଗାନ୍ଧୀ ନୁହେଁ ବହୁ କଂଗ୍ରେସ ନେତା ଟାର୍ଗେଟ କରିଛନ୍ତି । କଂଗ୍ରେସ ସାଂସଦ କେ.ସି ଭେନୁଗୋପାଳ କହିଛନ୍ତି, ଯଦି ପ୍ରକୃତରେ , ଜେନ- ଜେଡଙ୍କ ବିଷୟରେ ଚିନ୍ତା କରନ୍ତି, ତେବେ ସେମାନେ ସେମାନେ ଭାରତର ଗୃହମନ୍ତ୍ରୀଙ୍କୁୁ ଇସ୍ତଫା ଦେବାକୁ କହିବା ଉଚିତ । ନଚେତ ସଂସଦକୁ ଆସି ଛାତ୍ରମାନଙ୍କ ନିକଟରେ କ୍ଷମା ମାଗିବା ଉଚିତ । ଆରଏସଏସ ସରକାରଙ୍କୁ ନିୟନ୍ତ୍ରଣ କରେ । ଯେତେବେଳେ ଛାତ୍ରଛାତ୍ରୀଙ୍କ ଉପରକୁ ପେଲେଟ ବନ୍ଧୁକ ବ୍ୟବହାର କରାଗଲା ସେ ପ୍ରସଙ୍ଗରେ ଜବାବ ନରଖି କାହିଁକି ନୀରବ ରହିଛନ୍ତି ଅମିତ ଶାହା ।










