26.7 C
Bhubaneswar
Thursday, August 6, 2026
Homeଓଡିଶାଚୀନ ଓ ଇରାନ ଦେଶର ପ୍ରତିନିଧିଙ୍କ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପରିଦର୍ଶନ

ଚୀନ ଓ ଇରାନ ଦେଶର ପ୍ରତିନିଧିଙ୍କ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପରିଦର୍ଶନ

ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ହେଉଥିବା ବ୍ରିକ୍ସ ଶିକ୍ଷା ସମ୍ମିଳନୀରେ ଯୋଗଦେଇଥିବା ଚୀନ ଓ ଇରାନ ଦେଶର ପ୍ରତିନିଧି ମଣ୍ଡଳୀ ଆଜି ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପରିଦର୍ଶନ କରିଥିଲେ।ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଡ଼. ଭାରତୀ ପାଲ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ଓଡ଼ିଶାର ସମୃଦ୍ଧ ଇତିହାସ, ଐତିହ୍ୟ, ସ୍ଥାପତ୍ୟ, ସାହିତ୍ୟ, କଳା ଓ ସଂସ୍କୃତି ସମ୍ବନ୍ଧରେ ଚୀନ ଓ ଇରାନ ଦେଶର ପ୍ରତିନିଧିମାନଙ୍କୁ ଅବଗତ କରାଇଥିଲେ।ପ୍ରତିନିଧିମାନେ ସଂଗ୍ରହାଳୟରେ ଥିବା ପ୍ରତ୍ନତତ୍ତ୍ୱ, ତାଳପତ୍ର ପୋଥି, ଲିପିତତ୍ତ୍ୱ, ମୁଦ୍ରା, ଅସ୍ତ୍ରଶସ୍ତ୍ର, ଚାରୁ ଓ କାରୁକଳା, ଅନୁଭବ ଐତିହ୍ୟ ଗ୍ୟାଲେରୀ ଆଦିକୁ ବୁଲି ଦେଖିଥିଲେ। ଏଥିସହ ଓଡ଼ିଶାର ପ୍ରତ୍ନତତ୍ତ୍ୱ ଏବଂ ବୌଦ୍ଧ ଓ ଜୈନ ଧର୍ମ ସମ୍ବନ୍ଧିତ କୀର୍ତ୍ତିରାଜିର ଭୂୟସୀ ପ୍ରଶଂସା କରିଥିଲେ।ଏହି ଅବସରରେ ଚୀନ ଓ ଇରାନ ଦେଶର ପ୍ରତିନିଧିମାନଙ୍କୁ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପକ୍ଷରୁ “ଟାଇମ୍‌ଲେସ ଟେଲ୍” ଶୀର୍ଷକ ଏକ ପୁସ୍ତକ (ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ସମ୍ବନ୍ଧିତ ବିବରଣୀ ପୁସ୍ତକ) ପ୍ରଦାନ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking