ନୂଆଦିଲ୍ଲୀ : ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ଏବଂ ବାଣିଜ୍ୟିକ କେନ୍ଦ୍ର ଜେବେଲ୍ ଅଲିରେ ବୁଧବାର ରାତିରେ ୨୦ ମିନିଟ୍ ମଧ୍ୟରେ ଜେବେଲ୍ ଅଲି ଶିଳ୍ପାଞ୍ଚଳରେ ସାତଥର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ ପରେ, ଆକାଶରେ କଳା ଧୂଆଁ ଘୋଟି ଯାଇଥିଲା। ଏମିରାତ ଅଧିକାରୀ ଏବଂ ଇରାନୀ ସମାଚାର ଏଜେନ୍ସି ମେହରଙ୍କ ଅନୁଯାୟୀ, ବିସ୍ଫୋରଣ ଶକ୍ତିଶାଳୀ ଥିଲା। ଜେବେଲ୍ ଅଲି ନିକଟସ୍ଥ ଅଲ୍ ଫୁରଜାନ୍ ଅଞ୍ଚଳର ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ସେମାନେ ରାତିରେ ଏକ ସିରିଜ୍ ବିସ୍ଫୋରଣ ଶବ୍ଦ ଶୁଣିଥିଲେ।ଆଶ୍ୱସ୍ତିର କଥା ହେଉଛି, ପ୍ରାଥମିକ ସୂଚନା ଅନୁଯାୟୀ, ଏହି ଘଟଣାରେ କାହାର ମୃତ୍ୟୁ କିମ୍ବା ଆହତ ହେବାର କୌଣସି ରିପୋର୍ଟ ମିଳିନାହିଁ।ଦୁବାଇ ପୁଲିସ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ଏହି ଘଟଣା ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ରିପୋର୍ଟ ଅନୁଯାୟୀ, ବିସ୍ଫୋରଣର ଭିଡିଓ ତିଆରି କରି ସୋସିଆଲ ମିଡିଆରେ ସେୟାର କରିଥିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରାଯାଇଛି।










