33.7 C
Bhubaneswar
Wednesday, August 5, 2026
Homeଓଡିଶାସିଏମ୍‌ଓରୁ ଫାଇଲ୍‌ ଗାୟବ; କ୍ରାଇମବ୍ରାଞ୍ଚ ତଦନ୍ତରୁ ରେଜଲ୍ଟ ଦରକାର: ଭିଏଚପି

ସିଏମ୍‌ଓରୁ ଫାଇଲ୍‌ ଗାୟବ; କ୍ରାଇମବ୍ରାଞ୍ଚ ତଦନ୍ତରୁ ରେଜଲ୍ଟ ଦରକାର: ଭିଏଚପି

ଭୁବନେଶ୍ୱର: ସିଏମଓରୁ ଫାଇଲ ଗାୟବ ଓ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଭିଏଚପି(ବିଶ୍ୱ ହିନ୍ଦୁ ପରିଷଦ)ର ବଡ ଦାବି। ଭିଏଚପି କହିଛି ଯେ ସରକାରଙ୍କ କ୍ରାଇବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶକୁ ଆମେ ସ୍ୱାଗତ କରୁଛୁ । କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ଦେଇ ସରକାର ବସି ପଡିଲେ ଚଳିବନି । ସରକାରଙ୍କୁ ଏହି ତଦନ୍ତ ପ୍ରକ୍ରିୟାକୁ ଫଲୋ କରିବାକୁ ପଡିବ । ଯେପରି ରେଜଲ୍ଟ ଆସିବ, ପ୍ରକୃତରେ ଯିଏ ଦୋଷୀ ଦଣ୍ଡ ପାଇବ । ସମଗ୍ର ସମାଜ ସାମ୍ନାରେ ଦଣ୍ଡ ଦେବାକୁ ଆମର ଦାବି ବୋଲି କହିଛି ଭିଏଚପି । ସୂଚନାଥାଉକି, ଗତକାଲି କ୍ରାମବ୍ରାଞ୍ଚ ଡିଜି ବିନୟ ତୋଷ ମିଶ୍ର ଏହି ଘଟଣାରେ ପ୍ରତିକ୍ରିୟା ରଖି କହିଥିଲେ ଯେ, ଖୁବଶୀଘ୍ର ସାମ୍ନାକୁ ଆସିବ, କିଏ ହେବ ସାକ୍ଷୀ ଓ କିଏ ହେବ ଅଭିଯୁକ୍ତ । ଆଗକୁ ଯେଉଁମାନେ ତଦନ୍ତ ଘେରକୁ ଆସିବେ, ସେମାନଙ୍କୁ ସମନ ହେବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ।  ଭି.କେ. ପାଣ୍ଡିଆନ୍, ମନୋଜ ମିଶ୍ର, ରାଜେଶ ବର୍ମା, ଉପେନ୍ଦ୍ର ବେହେରା । ଫାଇଲ ଗାୟବ ମାମଲାରେ ଏଇ ୪ ଜଣ ବଡ଼ବାବୁଙ୍କୁ ହାଜର ହେବାକୁ ସମନ କରିଥିଲା କମିସନରେଟ୍ ପୁଲିସ। ତେବେ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ସଂପର୍କିତ ନାଇଡ଼ୁ କମିସନ ରିପୋର୍ଟ ହଜିବା ମାମଲା କ୍ରାଇମବ୍ରାଞ୍ଚ ହାତକୁ ଯିବା ପରେ, ପୁଣିଥରେ ମୂଳରୁ ଶିରା ଖୋଜୁଛି ଅପରାଧ ଶାଖାର ତଦନ୍ତକାରୀ ଟିମ୍ । ଗୃହ ବିଭାଗ, ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଏହି ୩ଟି ଅଫିସ ଭିତରେ ଫାଇଲ୍‌ ହସ୍ତାନ୍ତରର କେଉଁ ବିଧି ବ୍ୟବସ୍ଥା ରହିଛି, ପ୍ରଥମେ ସେ ଦିଗରେ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରାଯାଉଛି ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking