କେନ୍ଦୁଝର: କେନ୍ଦୁଝର ତେଲକୋଇ-କାଞ୍ଜିପାଣି ରାସ୍ତାରେ ଦୁର୍ଘଟଣା । ବାରବାଙ୍କ ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍ । ଦୁର୍ଗା ମାଧବ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସ୍ଟି ତେଲକୋଇ କାଳିଆହତା ଅଞ୍ଚଳରୁ କେନ୍ଦୁଝର ଅଭିମୁଖେ ଯାଉଥିଲା। ଘାଟି ଉଠିବା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବସ୍ଟି ତଳକୁ ଖସିବା ଆରମ୍ଭ କରିଥିଲା । ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ବିପଦରୁ ରକ୍ଷା ପାଇଯାଇଛନ୍ତି ଯାତ୍ରୀମାନେ ।ଦ୍ରୁତଗତିରେ ଘାଟି ତଳକୁ ବସ୍ଟି ଖସିଆସୁଥିବା ବେଳେ ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ ଅଟକାଇବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ବସ୍ଟି ଓଲଟି ପଡ଼ିଥିଲା । ପରେ ଅଗ୍ନିଶମବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ବସ୍ରେ ୩୫ରୁ ଅଧିକ ଯାତ୍ରୀ ଥିଲେ । କିଛି ଆହତ ଯାତ୍ରୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।










