ନୂଆଦିଲ୍ଲୀ: ଶ୍ରାବଣ ମାସରେ ଦେଶର ବିଭିନ୍ନ ସ୍ଥାନରେ କାଉଡ଼ିଆ ଯାତ୍ରା ଚାଲିଥିବାବେଳେ କାଉଡ଼ିଆଙ୍କୁ ସମ୍ବୋଧିତ କରି ଯୋଗଗୁରୁ ବାବା ରାମଦେବ ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ କରିଛନ୍ତି । ସେ କହିଛନ୍ତି, ଭଗବାନ ଶିବଙ୍କ ଭକ୍ତି କରିବାକୁ ଆସୁଥିବା ପ୍ରତ୍ୟେକ କାଉଡ଼ିଆ ନିଜ ଜୀବନରେ ଶୃଙ୍ଖଳା ଓ ସଂଯମକୁ ସର୍ବାଧିକ ଗୁରୁତ୍ୱ ଦେବା ଉଚିତ । ବାବା ରାମଦେବ କହିଛନ୍ତି, କିଛି ଲୋକ କାଉଡ଼ ଯାତ୍ରା ସମୟରେ ମଦ, ଭାଙ୍ଗ, ଗୁଟଖା ଏବଂ ଅନ୍ୟାନ୍ୟ ନିଶାଦ୍ରବ୍ୟ ସେବନ କରି ଅଶାନ୍ତି ସୃଷ୍ଟି କରୁଛନ୍ତି । ଏଭଳି କାର୍ଯ୍ୟ ପବିତ୍ର ଯାତ୍ରାର ଭାବନାକୁ କ୍ଷୁର୍ଣ୍ଣ କରୁଥିବାରୁ ସେ ସମସ୍ତଙ୍କୁ ନିଶାମୁକ୍ତ ରହି ଭକ୍ତିଭାବରେ ଯାତ୍ରା ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଛନ୍ତି ।ତାଙ୍କ ମତରେ, କାଉଡ଼ ଯାତ୍ରା କେବଳ ଏକ ଧାର୍ମିକ ପରମ୍ପରା ନୁହେଁ, ବରଂ ଆତ୍ମସଂଯମ, ଶୃଙ୍ଖଳା ଓ ଆଧ୍ୟାତ୍ମିକ ସାଧନାର ଏକ ପ୍ରତୀକ । ତେଣୁ ପ୍ରତ୍ୟେକ ଭକ୍ତ ଏହି ପବିତ୍ର ଅବସରକୁ ସକାରାତ୍ମକ ବାର୍ତ୍ତା ଦେବାର ମାଧ୍ୟମ କରିବା ଉଚିତ ବୋଲି ସେ କହିଛନ୍ତି । ଭକ୍ତି ସହ ଶୃଙ୍ଖଳା ଓ ନିଶାମୁକ୍ତ ଜୀବନର ବାର୍ତ୍ତା ଦେଇ କାଉଡ଼ିଆଙ୍କୁ ସଚେତନ କରିଛନ୍ତି ବାବା ରାମଦେବ । ତାଙ୍କ ଏହି ଆହ୍ୱାନ କାଉଡ଼ ଯାତ୍ରା ସମୟରେ ସାମାଜିକ ସଚେତନତାର ଏକ ନୂଆ ବାର୍ତ୍ତା ଭାବେ ଦେଖାଯାଉଛି ।










