31.7 C
Bhubaneswar
Tuesday, August 4, 2026
Homeଓଡିଶାପୂର୍ବତନ ସମିତି ସଭ୍ୟଙ୍କୁ ପ୍ରାଣାନ୍ତକ ଆକ୍ରମଣ: ଡାକ୍ତରଖାନାରେ ଭର୍ତ୍ତି

ପୂର୍ବତନ ସମିତି ସଭ୍ୟଙ୍କୁ ପ୍ରାଣାନ୍ତକ ଆକ୍ରମଣ: ଡାକ୍ତରଖାନାରେ ଭର୍ତ୍ତି

ନୟାଗଡ଼ : ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଧୀନ ଧାନଚାଙ୍ଗଡ଼ା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଭୀମସେନ ଧଳ ଆଜି ପ୍ରାଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ଦୁର୍ବୃତ୍ତମାନଙ୍କର ଆକ୍ରମଣରେ ସେ ଗୁରୁତର ଅଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଫତେଗଡ଼ ଥାନା ପୁଲିସ ବିଭିନ୍ନ ଅଂଚଳ ଖାନ ତାଲାସ ଜାରି ରଖିଛି। ଆଜି ଅପରାହ୍ନ ପ୍ରାୟ ୨ଟା ସମୟରେ ଭୀମସେନ ତାଙ୍କ ବାଇକ୍‌ରେ ଭାପୁର ବ୍ଳକ କାର୍ଯ୍ୟାଳୟକୁ ଆସିଥିଲେ। ସେ ଘରକୁ ଫେରୁଥିବା ବେଳେ ତାଙ୍କୁ ଦୁଇଟି ବୁଲେଟ୍‌ରେ ହେଲମେଟ ପିନ୍ଧି ଆସିଥିବା ଦୁର୍ବୃତ୍ତମାନେ ପିଛା କରିଥିଲେ। ରାକମା ଗ୍ରାମ ନିକଟରେ ତାଙ୍କୁ ମାରଣାସ୍ତ୍ର ଦ୍ବାରା ଆକ୍ରମଣ କରିଥିଲେ।ଘଟଣାସ୍ଥଳରେ ସେ ରକ୍ତ ଜୁଡୁବୁଡୁ ହୋଇ ପଡିଥିବାବେଳେ କିଛି ବ୍ୟକ୍ତି ତାଙ୍କୁ ଉଦ୍ଧାର କରି ଥିଲେ। ଗୁରୁତର ଭୀମସେନଙ୍କୁ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ଅଞ୍ଚଳରେ ଛାନ୍‌ଭିନ୍‌ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking