36.6 C
Bhubaneswar
Tuesday, August 4, 2026
Homeଓଡିଶାହାତୀ ଆକ୍ରମଣରେ ଗଲା ଯୁବକଙ୍କ ଜୀବନ

ହାତୀ ଆକ୍ରମଣରେ ଗଲା ଯୁବକଙ୍କ ଜୀବନ

କେନ୍ଦୁଝର: ବନ୍ୟ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ଜୀବନ ଯାଇଛି ।କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ଘୁଣ୍ଟିଜୁରୀ ଗ୍ରାମରେ ଘଟିଛି । ମୃତ ଯୁବକ ହେଲେ ମଦନ ନାୟକ । ସୂଚନା ଅନୁଯାୟୀ, ୧୯ ଟିକିଆ ହାତୀପଲ ଗତକାଲି ସନ୍ଧ୍ୟାରେ ଘୁଣ୍ଟିଜୁରୀ ଗ୍ରାମରେ ପଶି ବ୍ୟାପକ ଉପଦ୍ରବ ଚଳାଇଥିଲେ । ହାତୀପଲକୁ ଗାଁକୁ ଘଉଡାଇବା ପାଇଁ ସ୍ଥାନୀୟ ଲୋକେ ଉଦ୍ୟମ କରୁଥିବା ବେଳେ ମଦନ ନାୟକ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ତୁରନ୍ତ ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି । ବାରମ୍ବାର ହାତୀପଲ ଜନବସତି ମୁହାଁ ହେଉଥିବାରୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଚିନ୍ତା ବଢିଛି । ଘଟଣା ପରେ ବନ ବିଭାଗର ଟିମ ଅଞ୍ଚଳରେ ପହଞ୍ଚି ସ୍ଥିତିର ତଦାରଖ କରିବା ସହ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି । ବିଶେଷ କରି ରାତି ସମୟରେ ଜଙ୍ଗଲ କିମ୍ବା ହାତୀ ଚଳପ୍ରଚଳ ଅଞ୍ଚଳକୁ ନ ଯିବାକୁ ଅନୁରୋଧ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking