36.6 C
Bhubaneswar
Tuesday, August 4, 2026
Homeଓଡିଶାବ୍ରହ୍ମପୁରରେ ପହଞ୍ଚିଲେ ରାଷ୍ଟ୍ରପତି

ବ୍ରହ୍ମପୁରରେ ପହଞ୍ଚିଲେ ରାଷ୍ଟ୍ରପତି

ଗଞ୍ଜାମ: ବ୍ରହ୍ମପୁରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସ୍ୱତନ୍ତ୍ର ଟ୍ରେନରେ ବ୍ରହ୍ମପୁରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କଡା ସୁରକ୍ଷା ମଧ୍ୟରେ ତପ୍ତପାଣି ଅଭିମୁଖେ ଯାଉଛନ୍ତି ରାଷ୍ଟ୍ରପତି । ସେଠାରେ ପହଞ୍ଚି ମା’ କନ୍ଧୁଣୀ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ । ଏହାପରେ ବ୍ରହ୍ମପୁର ଗୋଳାବନ୍ଧ ସ୍ଥିତ ଆର୍ମି ଏଡି କଲେଜରେ ରାତ୍ରିଯାପନ କରିବେ ।  ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବ୍ରହ୍ମପୁର ରେଳ ଷ୍ଟେସନ, ତପ୍ତପାଣି ଓ ଗୋଳାବନ୍ଧ ଅଞ୍ଚଳରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଡଗ୍ ସ୍କ୍ୱାଡ୍‌, ବୋମା ନିଷ୍କ୍ରିୟକାରୀ ଦଳ, ମେଟାଲ ଡିଟେକ୍ଟର ଓ ସଶସ୍ତ୍ର ସୁରକ୍ଷା ବାହିନୀଙ୍କୁ ମୁତୟନ କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତପଥରେ ସୁରକ୍ଷାକୁ ନେଇ କୌଣସି ପ୍ରକାର ଢିଲାପଣ ନ ରଖିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking