35.6 C
Bhubaneswar
Monday, August 3, 2026
Homeଓଡିଶାଶ୍ରାବଣ ସୋମବାରରେ ପଞ୍ଚଲିଙ୍ଗେଶ୍ୱର ପୀଠରେ ଭକ୍ତଙ୍କ ସୁଅ

ଶ୍ରାବଣ ସୋମବାରରେ ପଞ୍ଚଲିଙ୍ଗେଶ୍ୱର ପୀଠରେ ଭକ୍ତଙ୍କ ସୁଅ

ଭୁବନେଶ୍ଵର: ପବିତ୍ର ଶ୍ରାବଣ ମାସର ସୋମବାର । ଶିବ ଆରାଧନାରେ ଭିଜିଛି ସାରା ପରିବେଶ । ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବ ପୀଠ ବାଲେଶ୍ୱରର ପଞ୍ଚଲିଙ୍ଗେଶ୍ୱର ମନ୍ଦିରରେ ଜଳାଭିଷେକ ପାଇଁ ଜମିଛି ହଜାର ହଜାର କାଉଡ଼ିଆ ଭକ୍ତଙ୍କ ଭିଡ଼ । କାନ୍ଧରେ କାଉଡ଼ି, ମୁହଁରେ ବୋଲବମ୍ ନାରା । ଭକ୍ତିମୟ ହୋଇଉଠିଛି ଦେବଗିରି ପାହାଡ଼ । ଶ୍ରାବଣର ତୃତୀୟ ସୋମବାର ଅବସରରେ ବାବା ପଞ୍ଚଲିଙ୍ଗେଶ୍ୱରଙ୍କ ଦର୍ଶନ ଓ ଜଳାଭିଷେକ ପାଇଁ ଦୂରଦୂରାନ୍ତରୁ ଛୁଟି ଆସିଛନ୍ତି ଶିବଭକ୍ତ । ଦେବଗିରି ପାହାଡ଼ର କନ୍ଦରରେ ପବିତ୍ର ଝରଣା ମଧ୍ୟରେ ବିରାଜମାନ ପାଞ୍ଚ ଲିଙ୍ଗଙ୍କୁ ସ୍ପର୍ଶ କରି ଆଶୀର୍ବାଦ ନେବା ପାଇଁ ଭକ୍ତଙ୍କ ମଧ୍ୟରେ ଦେଖାଦେଇଛି ଅପାର ଉତ୍ସାହ । ବିଶ୍ୱାସ ରହିଛି, ପଞ୍ଚଲିଙ୍ଗେଶ୍ୱରଙ୍କୁ ଝରଣା ଜଳରେ ସ୍ପର୍ଶ କରି ପୂଜା କଲେ ମନୋବାଞ୍ଛା ପୂରଣ ହୁଏ ।ଏହି ଆସ୍ଥା ନେଇ ହଜାର ହଜାର କାଉଡ଼ିଆ ବିଭିନ୍ନ ଜଳ ଉତ୍ସରୁ ପବିତ୍ର ଜଳ ଆଣି ବାବାଙ୍କ ମସ୍ତକରେ ଅର୍ପଣ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking