34.4 C
Bhubaneswar
Saturday, August 1, 2026
Homeଓଡିଶାବିଲ୍ଡରଙ୍କ ଘରୁ ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା ଚୋରି

ବିଲ୍ଡରଙ୍କ ଘରୁ ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା ଚୋରି

ଭୁବନେଶ୍ୱର: ରାଜଧାନୀରେ ପୁଣି ଲୁଟପାଟ । ପୋଲିସକୁ ଖୋଲା ଚ୍ୟାଲେଞ୍ଜ । ଜଣେ ବିଲ୍ଡରଙ୍କ ଘରୁ ପ୍ରାୟ ଦୁଇ କୋଟିରୁ ଅଧିକ ସୁନା ଗହଣା, କ୍ୟାସ, ଦାମୀ ଘଣ୍ଟା, ହୀରା ଖଚିତ ବ୍ରେସଲେଟ ଚୋରି ହୋଇଛି । ଲୁଚ ସହ ଘରେ ଲାଗିଥିବା ସିସିଟିଭିର ହାର୍ଡ ଡିସ୍କକୁ ମଧ୍ୟ ନେଇଯାଇଛନ୍ତି ଲୁଟେରା । ଘଟଣାସ୍ଥଳରେ ଲକ୍ଷ୍‌ମୀସାଗର ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍‌ମୀସାଗର ଅଞ୍ଚଳରେ ବିଲ୍ଡର ପ୍ରୀତମ ଜେନାଙ୍କ ଘରେ କଳାକନା ବୁଲାଇଛନ୍ତି ଲୁଟେରା । ଘରର କବାଟ ଭାଙ୍ଗି , ଆଲମିରା ତାଡି ସୁନା ଗହଣା, କ୍ୟାସ, ଦାମୀ ଘଣ୍ଟା, ହୀରା ଖଚିତ ବ୍ରେସଲେଟ ଲୁଟି ନେଇଛନ୍ତି । ଖାଳି ସେତିକି ନୁହେଁ ପ୍ରମାଣ ହଟାଇବା ପାଇଁ ସିସିଟିଭିର ହାର୍ଡ ଡିସ୍କକୁ ମଧ୍ୟ ନେଇଯାଇଛନ୍ତି । ଲୁଟ ନେଇ ପୋଲିସକୁ ଖବର ଦେିଥିଲେ ପରିବାର ଲୋକେ । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆଖପାଖର ଲାଗିଥିବା ସିସିଟିଭି ଫୁଟେଜକୁ ମଧ୍ୟ ତନ୍ନତନ୍ନ କରି ଯାଞ୍ଚ କରୁଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking