30 C
Bhubaneswar
Wednesday, July 29, 2026
Homeଓଡିଶାସିଏମ୍‌ଓରୁ ଫାଇଲ୍ ଗାୟବ ମାମଲା: ତଦନ୍ତକୁ ଜୋରଦାର କଲା କ୍ରାଇମବ୍ରାଞ୍ଚ

ସିଏମ୍‌ଓରୁ ଫାଇଲ୍ ଗାୟବ ମାମଲା: ତଦନ୍ତକୁ ଜୋରଦାର କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ସିଏମ୍‌ଓରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଗାୟବ ହେବା ମାମଲାରେ କ୍ରାଇମବ୍ରାଞ୍ଚ ଏବେ ନିଜର ତଦନ୍ତକୁ ଆହୁରି ଜୋରଦାର କରିଛି । ବିଶେଷ କରି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲା ସମ୍ପର୍କିତ ନାଇଡୁ କମିସନଙ୍କ ରିପୋର୍ଟ ଫାଇଲ୍ କୁଆଡ଼େ ଗଲା, ତାହାକୁ ନେଇ ଖୋଳତାଡ଼ କରୁଛି ତଦନ୍ତକାରୀ ଟିମ୍ । ଏହି ଫାଇଲ୍ କାର୍ଯ୍ୟାଳୟରେ କାହାକୁ ହସ୍ତାନ୍ତର କରାଯାଇଥିଲା ଏବଂ କିଏ ନେଇ କାହାକୁ ଦେଇଥିଲା, ସେହି ଦିଗ ଉପରେ ଏବେ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଉଛି । କ୍ରାଇମବ୍ରାଞ୍ଚ ଡିଜି ଏହି ମାମଲାରେ ସ୍ପଷ୍ଟ ଚେତାବନୀ ଦେଇ କହିଛନ୍ତି ଯେ, ଏଥିରେ ସମ୍ପୃକ୍ତ ଥିବା କୌଣସି ବ୍ୟକ୍ତିଙ୍କୁ ଛଡ଼ାଯିବ ନାହିଁ । ପର୍ଯ୍ୟାୟ କ୍ରମେ ସମସ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନୋଟିସ ଜାରି କରାଯିବ । ଯଦି କେହି ଏହି ନୋଟିସକୁ ଅଣଦେଖା କରନ୍ତି କିମ୍ବା ଉଚିତ କାରଣ ନଦର୍ଶାଇ ହାଜର ନହୁଅନ୍ତି, ତେବେ ସେମାନଙ୍କୁ ସନ୍ଦେହ ଘେରରେ ରଖାଯିବ । ଡିଜିଙ୍କ ଏହି ବୟାନ ପରେ ଏବେ ଅନେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଅଡ଼ୁଆ ବଢ଼ିପାରେ ବୋଲି ଚର୍ଚ୍ଚା ହେଉଛି ।

ଏହି ମାମଲାରେ ଏବେ ସୁଦ୍ଧା ପୂର୍ବତନ ସଚିବ ଭି.କେ. ପାଣ୍ଡିଆନ୍‌ଙ୍କ ସମେତ ମୋଟ ୪ ଜଣଙ୍କୁ ସମନ୍‌ କରାଯାଇ ସାରିଛି । ଆଗାମୀ ଦିନରେ ଅନ୍ୟ କେଉଁ ଅଧିକାରୀ କିମ୍ବା ବ୍ୟକ୍ତିଙ୍କ ନାମ ଏଥିରେ ସାମ୍ନାକୁ ଆସୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି । ସିଏମ୍‌ଓରୁ ଫାଇଲ୍ ଗାୟବ ହେବା ଭଳି ଏକ ସମ୍ବେଦନଶୀଳ ଘଟଣାର ପର୍ଦ୍ଦାଫାଶ କରିବା ପାଇଁ କ୍ରାଇମବ୍ରାଞ୍ଚ ଏବେ ବୈଷୟିକ ଏବଂ ପାରିପାର୍ଶ୍ୱିକ ପ୍ରମାଣ ସଂଗ୍ରହରେ ଲାଗିପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking