ସମ୍ବଲପୁର : ବଢୁଛି ହୀରାକୁଦ ଡ୍ୟାମର ଜଳସ୍ତର। ଏବେ ହୀରାକୁଦ ଜଳଭଣ୍ଡାରର ୨୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଇଛି । ସଂଧ୍ୟାରେ ଖୋଲିଲା ଆଉ ୮ଟି ଗେଟ୍ । ମୋଟ୍ ୨୨ ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ । ହୀରାକୁଦକୁ ଇନଫ୍ଲୋ ବଢୁଥିବାରୁ ଅଧିକ ଗେଟ୍ ଖୋଲିବ। ଏନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ। ହୀରାକୁଦରୁ ଏବେ ୨ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ୨୨ଟି ଗେଟରୁ ସାଢ଼େ ୩ ଲକ୍ଷ କ୍ୟୁସେକ ପାଣି ହୀରାକୁଦରୁ ଛଡ଼ାଯିବ । ଖଇରମାଳରେ ୫ ଲକ୍ଷ ୨୭ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଛି । ହୀରାକୁଦ ପାଣି ଆସିଲେ ପ୍ରାୟ ସାଢ଼େ ୭ ଲକ୍ଷ ପାଣି ପ୍ରବାହିତ ହେବ ।









