ଭୁବନେଶ୍ୱର: ବନ୍ୟା ସ୍ଥିତି ପାଇଁ ମାଟ୍ରିକ ଫର୍ମ ଫିଲ୍-ଅପ୍ ତାରିଖ ବୃଦ୍ଧି, ୧୪ ଅଗଷ୍ଟ ପର୍ଯ୍ୟନ୍ତ କରିହେବ ଫର୍ମ ଫିଲଅପ୍ । ରାଜ୍ୟରେ ଚାଲିଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ମାଟ୍ରିକ ପରୀକ୍ଷା-୨୦୨୬ ପାଇଁ ଫର୍ମ ଫିଲ୍-ଅପ୍ ତାରିଖ ବୃଦ୍ଧି କରାଯାଇଛି । ପୂର୍ବରୁ ଜୁଲାଇ ୩୧ ତାରିଖ ଶେଷ ଦିନ ଭାବେ ଧାର୍ଯ୍ୟ ହୋଇଥିବାବେଳେ, ବର୍ତ୍ତମାନ ଛାତ୍ରଛାତ୍ରୀମାନେ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ଫର୍ମ ଫିଲ୍-ଅପ୍ କରିପାରିବେ। ବନ୍ୟା ପ୍ରଭାବିତ ଅଞ୍ଚଳର ଅନେକ ବିଦ୍ୟାଳୟ ଏବଂ ଛାତ୍ରଛାତ୍ରୀ ଯାତାୟାତ ଓ ଇଣ୍ଟରନେଟ୍ ସମସ୍ୟା ସହ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ତାରିଖ ବୃଦ୍ଧି ଫଳରେ ଯେଉଁ ଛାତ୍ରଛାତ୍ରୀ ନିର୍ଦ୍ଧାରିତ ସମୟ ମଧ୍ୟରେ ଫର୍ମ ପୂରଣ କରିପାରିନଥିଲେ, ସେମାନେ ଏବେ ଅତିରିକ୍ତ ସମୟର ସୁବିଧା ପାଇବେ।










