ଭୁବନେଶ୍ୱର: ମହାନଦୀରେ ବନ୍ୟାଜଳ ବଢିବାରେ ଲାଗିଛି । ଲୋକସେବା ଭବନରେ ବନ୍ୟାସ୍ଥିତିର ସମୀକ୍ଷା କରି କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ବନ୍ୟା ପ୍ରଭାବିତ ଜିଲ୍ଲାପାଳମାନଙ୍କ ସହ ମନ୍ତ୍ରୀ ଆଲୋଚନା କରିଛନ୍ତି । ବୈଠକରେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଏସଆରସି, ପାଣିପାଗ ବିଜ୍ଞାନ କେନ୍ଦ୍ର, ଜଳସମ୍ପଦ ବିଭାଗ ଅଧିକାରୀ ଉପସ୍ଥିତ ଅଛନ୍ତି । ହୀରାକୁଦ ପୁଣି ୧୦ଟି ଗେଟ ଖୋଲିଥିବା କହିଲେ ରାଜସ୍ୱ ମନ୍ତ୍ରୀ । ଆଉ ୧୨ଟି ଗେଟ ଖୋଲିବା ପାଇଁ ଯୋଜନା ଚାଲିଛି । ଏବେ ମହାନଦୀରେ ୮ ଲକ୍ଷ ୬୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ଆଲର୍ଟ କରାଯାଇଛି । ବନ୍ୟା ପାଣି କମିବା ଯାଏଁ ଶୁଖିଲା ଓ ରନ୍ଧା ଖାଦ୍ୟ ଦିଆଯିବ । କ୍ଷୟକ୍ଷତି ରିପୋର୍ଟ ଆସିଲେ ସଙ୍ଗେ ସଙ୍ଗେ କ୍ଷତିପୂରଣ ଦିଆଯିବ ।










