28.3 C
Bhubaneswar
Friday, July 31, 2026
Homeଓଡିଶାହୀରାକୁଦର ଖୋଲିଲା ୧୪ଟି ଗେଟ

ହୀରାକୁଦର ଖୋଲିଲା ୧୪ଟି ଗେଟ

ସମ୍ବଲପୁର: ବଢୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର । ହୀରାକୁଦ ଡ୍ୟାମର ଖୋଲିଲା ଆଉ ୨ଟି ଗେଟ । ଏବେ ଜଳଭଣ୍ଡାରର ୧୪ଟି ଗେଟ ଦେଇ ପାଣି ନିଷ୍କାସନ ହେଉଛି । କିଛି ସମୟ ପୂର୍ବରୁ ହୀରାକୁଦର ୧୦ଟି ଗେଟ ଖୋଲାଯାଇଥିଲା । ବାମ ପାଶ୍ୱର୍ର ୭ଟି ଗେଟ ଏବଂ ଡାହାଣ ପାଶ୍ୱର୍ର ୩ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି । ପ୍ରତି ସେକେଣ୍ଡରେ ୩ ଲକ୍ଷ ୬୯ ହଜାର ୩୨୨ କ୍ୟୁସେକ ଜଳ ପ୍ରବେଶ କରୁଛି । ପୂର୍ବରୁ ମଧ୍ୟ ୨ଟି ଗେଟ ଖୋଲାଯାଇଥିଲା । ୬୫ ହଜାର ୫୪୩ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା । ହୀରାକୁଦର ଜଳଧାରଣା କ୍ଷମତା ୬୩୦ ଫୁଟ । ବର୍ତ୍ତମାନ ଜଳଭଣ୍ଡାର ଜଳସ୍ତର ରହିଛି ୬୨୪.୧୦ ଫୁଟ । ଆଜି ମୋଟ ୧୪ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି ।ଯଦି ଆଗକୁ ଆହୁରି ବର୍ଷା ହୁଏ, ନଦୀର ଜଳସ୍ତର ଆହୁରି ବୃଦ୍ଧି ହୋଇପାରେ ବୋଲି କୁହାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking