ସମ୍ବଲପୁର: ବଢୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର । ଖୋଲିଲା ହୀରାକୁଦର ଆଉ ୧୦ଟି ଗେଟ । ୧୦ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ବାମ ପାଶ୍ୱର୍ର ୭ଟି ଗେଟ ଏବଂ ଡାହାଣ ପାଶ୍ୱର୍ର ୩ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି । ପ୍ରତି ସେକେଣ୍ଡରେ ୩ ଲକ୍ଷ ୬୯ ହଜାର ୩୨୨ କ୍ୟୁସେକ ଜଳ ପ୍ରବେଶ କରୁଛି । ପୂର୍ବରୁ ୨ଟି ଗେଟ ଖୋଲାଯାଇଥିଲା । ୬୫ ହଜାର ୫୪୩ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା । ଆଜି ମୋଟ ୧୨ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି । ହୀରାକୁଦର ଜଳଧାରଣା କ୍ଷମତା ୬୩୦ ଫୁଟ । ବର୍ତ୍ତମାନ ଜଳଭଣ୍ଡାର ଜଳସ୍ତର ରହିଛି ୬୨୪.୧୦ ଫୁଟ । ୩୬ ଘଣ୍ଟା ପରେ ଏହି ପାଣି ମୁଣ୍ଡଳୀରେ ପହଞ୍ଚି ପାରେ ବୋଲି କୁହାଯାଉଛି । ଖଇରମାଳରେ ଯେପରି ୭ ଲକ୍ଷରୁ ଅଧିକ ଜଳ ପ୍ରବାହିତ ନହୁଏ , ବା ତଳ ମୁଣ୍ଡରେ ଯେମିତି ବନ୍ୟା ସ୍ଥିତି ନ ଉପୁଜେ , ସେନେଇ ଆଜି ହୀରାକୁଦର ଗେଟ ଖୋଲାଯାଇଛି । ଯଦି ଆଗକୁ ଆହୁରି ବର୍ଷା ହୁଏ, ନଦୀର ଜଳସ୍ତର ଆହୁରି ବୃଦ୍ଧି ହୋଇପାରେ ବୋଲି କୁହାଯାଉଛି । ଜଳ ସମ୍ପଦ ବିଭାଗ ପକ୍ଷରୁ ଡ୍ୟାମ ଓ ନଦୀର ସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି । ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।










